Below header

ଫଟୋଶୁଟ୍ ପାଇଁ ଶାର୍ଟର ସବୁ ବଟନ ଖୋଲି ଦେଲେ ବିଧାୟକଙ୍କ ଝିଅ, ଲୋକେ ଦେଲେ ଏମିତି କମେଣ୍ଟ

ବଲିଉଡ ଅଭିନେତ୍ରୀ ନେହା ଶର୍ମାଙ୍କ ଭଉଣୀ ଆୟଶା ଶର୍ମା ଏବେ ଚର୍ଚ୍ଚାରେ । ଆୟଶା ମଧ୍ୟ ନିଜ ଭଉଣୀ ନେହାଙ୍କ ଭଳି ବୋଲ୍ଡ ଓ ସୁନ୍ଦର । ଉଭୟ ଭଉଣୀଙ୍କ ଯୋଡି ବି-ଟାଉନରେ ବହୁତ ଚର୍ଚ୍ଚିତ । ଆୟଶା ଶର୍ମା ଫିଲ୍ମ ଜନ୍ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏବେ ସେ ବୋଲ୍ଡ ଫଟୋସୁଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ନିକଟରେ ଆୟଶା ଏକ ବ୍ଲୁ ଜମ୍ପସୁଟରେ ଫଟୋସୁଟ୍ କରାଇଛନ୍ତି । ସେ ସବୁ ବଟନ୍ ଖୋଲି ଷ୍ଟାଇଲ୍ ଅନ୍ଦାଜରେ ଫଟୋସୁଟ୍ କରାଇଛନ୍ତି । ଆୟଶା ଶର୍ମା ବିନା ଅନ୍ତଃବସ୍ତ୍ରରେ ଆଉଟଫିଟ୍ କ୍ୟାରି କରିଛନ୍ତି । ସେ ଫଟୋରେ ଅନେକ ଷ୍ଟାଇଲିସ୍ ପୋଜ୍ ଦେଇଛନ୍ତି । କିଛି ଦିନ ପୂର୍ବରୁ ଆୟଶା ହ୍ୱାଇଟ୍ ଶାର୍ଟରେ ଫଟୋସୁଟ୍ କରାଇଥିଲେ ।

ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି ଏବଂ ୟୁଜର୍ସ ତାଙ୍କ ବୋଲ୍ଡ ଅନ୍ଦାଜକୁ ପ୍ରଂଶସା କରୁଛନ୍ତି । ଆୟଶା କିଛି ଦିନ ତଳେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଥିଲେ ଯେଉଁଥିରେ ସେ ବିନା ପ୍ୟାଣ୍ଟରେ ନଜର ଆସିଥିଲେ । ସୂଚନାଯୋଗ୍ଯ, ଆୟଶା ଶର୍ମା ବିହାରର କଂଗ୍ରେସ ନେତା ତଥା ଭାଗଲପୁର ବିଧାୟକ ଅଜିତ ଶର୍ମାଙ୍କ ଝିଅ । ଅଜିତ ଶର୍ମା ବିହାରର ଜଣାଶୁଣା ନେତା ଏବଂ ବର୍ତ୍ତମାନ ସେ କଂଗ୍ରେସ ବିଧାୟକ ଦଳର ନେତା ମଧ୍ୟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.