ଅକ୍ଟୋବରରେ ପିକ୍‌ ପିରିୟଡ ଆସିଲେ ରାଜ୍ୟରେ ଦୈନିକ ୧୪ହଜାର ସଂକ୍ରମିତ ଚିହ୍ନଟ ସମ୍ଭାବନା: ସିବିକେ ମହାନ୍ତି, DMET

ଭୁବନେଶ୍ବର(କେନ୍ଯୁଜ୍): ଅକ୍ଟୋବରରେ ପିକ୍‌ ପିରିୟଡ ଆସିଲେ ପ୍ରତି ୧୦୦ଜଣରେ ୨୩ଜଣ ହସ୍‌ପିଟାଲରେ ଭର୍ତ୍ତି ହେବେ। ଏବେ ୧୨ରୁ ୧୩ପ୍ରତିଶତ ରହିଛି ଶିଶୁ ସଂକ୍ରମଣ ହାର। ଦ୍ୱିତୀୟ ଲହର ୬୪ ଦିନରେ ପିକ୍‌ ନେଇଥିଲା। ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଶିଶୁ ଭବନରେ ସେଣ୍ଟ୍ରାଲ୍‌ ଅଫ୍‌ ଏକ୍ସଲେନ୍‌ସି କରାଯାଉଛି। ଶିଶୁ ମାନଙ୍କର ଏବେ ସିଭିୟରିଟି ବେଶି ନାହିଁ।

ଅନ୍ୟପଟେ ତୃତୀୟ ଲହରକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ଅକ୍ଟୋବରରେ ପିକ୍‌ ନେଲେ ଦେଶରେ ଦୈନିକ ସଂକ୍ରମଣ ୪ଲକ୍ଷ ଛୁଇଁପାରେ। ଏପରି ସ୍ଥିତି ଆସିଲେ ରାଜ୍ୟରେ ଦୈନିକ ୧୪ହଜାର ସଂକ୍ରମିତ ଚିହ୍ନଟ ହେବା ସମ୍ଭାବନା ଥିବା DMET ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ତେଣୁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.