Below header

ପ୍ରତିଦିନ ଖାଆନ୍ତୁ ସଜନା ଫୁଲ, ବଢିବ ରୋଗ ପ୍ରତିରୋଧକ କ୍ଷମତା

ସଜନା ଛୁଇଁ କିମ୍ବା ସଜନା ଶାଗ ଆପଣମାନେ ଖାଇଥିବେ ନିଶ୍ଚିତ। ଭାରତରେ ସଜନା ଶାଗ ହେଉ ଅବା ଛୁଇଁରେ ବିଭିନ୍ନ ପ୍ରକାର ଖାଦ୍ଯ ପ୍ରସ୍ତୁତ କରାଯାଏ। କିନ୍ତୁ କେବେ ଆପଣ ସଜନା ଫୁଲ ଖାଇଛନ୍ତି କି କିମ୍ବା ଏହାର ଫାଇଦା ବିଷୟରେ ଜାଣିଛନ୍ତି କି? ଏଥିରେ ଅନେକ ମାତ୍ରାରେ ପୋଷକ ତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ। ତେବେ ଆସନ୍ତୁ ଜାଣିବା:

ସଜନା ଫୁଲରେ ଆଣ୍ଟି ବ୍ଯାକ୍ଟେରିଆଲ ଗୁଣ ରହିଥାଏ। ଯାହା ଶରୀରର ସଂକ୍ରମଣ ହେବାକୁ ଦିଏନାହିଁ। ଏହାଛଡା ଏଥିରେ ପ୍ରୋଟିନ ଏବଂ ଭିଟାମିନ ପ୍ରଚୁର ମାତ୍ରାରେ ରହିଥାଏ। ଏହି ଫୁଲକୁ ଖାଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ। ଏଥିରେ ଭିଟାମିନ ଏ, ବି ୧, ବି ୨, ବି ୩, ବି ୬, ଫୋଲେଟ, ଭିଟାମିନ ସି, କ୍ଯାଲସିଅମ, ପୋଟାସିୟମ, ଆଇରନ, ମ୍ଯାଗ୍ନେସିଅମ ଇତ୍ଯାଦି ରହିଥାଏ।
ସଜନା ଫୁଲ ଖାଇବା ଦ୍ବାରା ସ୍କିନକୁ ଅନେକ ଲାଭ ମିଳିଥାଏ। ସ୍କିନ ସଂକ୍ରମଣରୁ ବଞ୍ଚିବା ପାଇଁ ସଜନା ଫୁଲ ବେଶ ଫାଇଦାଯୁକ୍ତ ହୋଇଥାଏ।

ପାଚନ ସହିତ ଜଡିତ ସମସ୍ଯାରୁ ମୁକ୍ତି ପାଇବା ପାଇଁ ସଜନା ଫୁଲ ବେଶ ଫାଇଦାଯୁକ୍ତ ହୋଇଥାଏ। ସଜନା ଫୁଲ ପାଚନ ତନ୍ତ୍ରକୁ ମଜବୁତ କରିଥାଏ। ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ।

ଓଜନ କମ୍ କରିଥାଏ ସଜନା ଫୁଲ। ଏଥିରେ ଫ୍ଯାଟ୍ ବିଲକୁଲ ନଥାଏ। ତେଣୁ ଏହାକୁ ଖାଇବା ଦ୍ବାରା ଓଜନ କମ୍ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.