ପେଟ ଖରାପ ହେବାରୁ ମାଂସ ଛାଡ଼ି ଘାସ ଖାଉଛି ବାଘ, ବିଶ୍ୱାସ ହେଉନଥିଲେ ନଜର ପକାନ୍ତୁ

ଘାସ ଖାଉଛି ବାଘ। ବିଶ୍ୱାସ ହେଉନଥିଲେ ବି କଥାଟି ପୂରାପୂରି ସତ। ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯାହା ବୟାନ କରୁଛି ଯେ ଜଙ୍ଗଲର ରାଜା ମହାବଳ ବାଘ ମାଂସାଶୀ ହୋଇଥିଲେ ବି ଘାସ ଖାଉଛି। ଏବେ ଏହି ଫଟୋକୁ ୟୁଜର୍ସ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଫଟୋ:


ଟ୍ଵିଟରରେ ଆଇଏଫ୍‌ଏସ୍‌ ଅଫିସର ପରବୀନ୍‌ କାସଓ୍ଵାନ୍‌ ବାଘଟି ଘାସ ଖାଉଥିବା ବେଳର ଫଟୋ ସେୟାର କରିବା ପରେ ତାହା ଏବେ ଚର୍ଚ୍ଚାରେ ରହିଛି। ଫଟୋ କ୍ୟାପ୍‌ସନ୍‌ରେ ଲେଖାଯାଇଛି- ବାଘ କେବେ ବି ଘାସ ଖାଏନି! ପେଟ ଖରାପ ଥିଲେ ବୋଧେ ଖାଏ।

ଖବର ଲେଖାଯିବା ବେଳକୁ ଏହି ପୋଷ୍ଟରେ ୫ ହଜାରରୁ ଅଧିକ ଲାଇକ୍‌ ମିଳିସାରି ଥିବା ବେଳେ ଶତାଧିକ ଲୋକ କମେଣ୍ଟ କରିଛନ୍ତି।

ଦେଖନ୍ତୁ ଲୋକଙ୍କର କେତେକ ମଜାଳିଆ କମେଣ୍ଟ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.