ଷ୍ଟେଜ ଉପରେ କିଛି ଏମିତି ନାଚିଲେ ୭ ବର୍ଷର ଆରାଧ୍ୟା, ଆଶ୍ଚର୍ଯ୍ୟ ହୋଇଗଲେ ମା’ ଐଶ୍ବର୍ଯ୍ୟା

କାନ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ କଳାକାରମାନେ ଧୂମ ମଚାଉଛନ୍ତି। ସମସ୍ତେ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କର ଅପେକ୍ଷା କରିଥିଲେ। କାନ ପାଇଁ ବାହାରିବା ପୂର୍ବରୁ ଐଶ୍ବର୍ଯ୍ୟା ମୁମ୍ବାଇରେ ଝିଅ ଆରାଧ୍ୟାକୁ ନେଇ ଲୋକପ୍ରୀୟ ଡ୍ୟାନସର ଶ୍ୟାମକ ଡାୱରଙ୍କ ଷ୍ଟୁଡିଓ ପହଁଚିଲେ। ଐଶ୍ବର୍ଯ୍ୟାଙ୍କ ସହିତ ଅଭିଷେକ ବଚ୍ଚନ, ମା’ ବ୍ରୁନ୍ଦା ରାୟ, ଜୟା ବଚ୍ଚନ ଏବଂ ଶ୍ବେତା ବଚ୍ଚନ ମଧ୍ୟ ନଜର ଆସିଥିଲେ।

ଏହି ସମୟରେ ସବୁଠାରୁ ଅଧିକ ଆକର୍ଷିତ ଐଶ୍ବର୍ଯ୍ୟା-ଅଭିଷେକ କରିନଥିଲେ ବରଂ ଆରାଧ୍ୟା କରିଥିଲେ। ୭ ବର୍ଷର ଆରାଧ୍ୟା ଏବେ ଠାରୁ ନିଜ ବାପା-ମା’ଙ୍କ ନକ୍ସାରେ ପାଦ ପକାଇଲେଣି। ଏହା ପୂର୍ବରୁ ଧୀରୁ ଭାଇ ଅମ୍ବାନୀ ସ୍କୁଲରେ ହେଉଥିବା ଏକ ଫଙ୍କସନରେ ମଧ୍ୟ ତାଙ୍କ ଟ୍ୟାଲେଣ୍ଟ ଦେଖାଯାଇଥିଲା।

bachhanଲୋକପ୍ରୀୟ ଡ୍ୟାନସର ଶ୍ୟାମକ ଡାୱରଙ୍କ ୨୫ତମ ଫଙ୍କସନ ଯାହା ମୁମ୍ବାଇର ତାଙ୍କ ଷ୍ଟୁଡିଓରେ ଆୟୋଜିତ ହୋଇଥିଲା। ଏହି ଇଭେଣ୍ଟରେ ଆରାଧ୍ୟା ନିଜର ଡ୍ୟାନ୍ସ ପରଫରମାନ୍ସ କରିଥିଲେ। ଆରାଧ୍ୟାଙ୍କ ପରିବାର ତାଙ୍କୁ ବହୁତ ଉତ୍ସାହିତ କରୁଥିଲେ। ଏହି ଇଭେଣ୍ଟରେ ଆରାଧ୍ୟା ପିଙ୍କ୍ କଲର ର ଫ୍ରକ ଏବଂ ଡେନିମ ଜ୍ୟାକେଟ ପିନ୍ଧିଥିଲେ।

ଏହି ପୂରା ଫଙ୍କସନରେ ଅମିତାଭ କେଉଁଠି ନଜର ଆସୁନଥିଲେ। କୁହାଯାଉଛି ଯେ ଅମିତାଭ ବର୍ତ୍ତମାନ ତାଙ୍କ ଫିଲ୍ମ ‘ଚେହରେ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଗତ କିଛି ଦିନ ତଳେ ସେ ଫିଲ୍ମର ପ୍ରଥମ ଝଲକ ସେୟାର କରିଥିଲେ। ରୂମୀ ଜାଫରୀଙ୍କ ଏହି ଫିଲ୍ମରେ ତାଙ୍କ ସହିତ ଇମରାନ ହାସମି ମଧ୍ୟ ଅଛନ୍ତି।

ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ସବୁବେଳେ ତାଙ୍କ ଝିଅ ସହିତ ବୁଲୁଥିବାର ଦେଖାଯାଏ। ଅବଶ୍ୟ କିଛି ସୋସିଆଲ ମିଡିଆ ୟୁଜର୍ସ ଆରାଧ୍ୟାଙ୍କ ହାତ ଧରିବାକୁ ନେଇ ଐଶ୍ବର୍ଯ୍ୟାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ଐଶ୍ବର୍ଯ୍ୟା ସବୁବେଳେ ସାର୍ବଜନିକ ସ୍ଥାନରେ ନିଜ ଝିଅର ହାତ ଧରିରଖିଥାନ୍ତି।

 

View this post on Instagram

 

#aradhyabachchan cool entry today for @shiamakofficial #summerfunk25years @viralbhayani

A post shared by Viral Bhayani (@viralbhayani) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.