Below header

ତଳକୁ ନଇଁପଡି କ୍ୟାଟ୍ରିନାଙ୍କ ଶାଢୀ ସଜାଡି ଦେଲେ ସଲମାନ୍, ଭାଇରାଲ୍ ହେଉଛି ଭାଇଜାନଙ୍କ ରୋମାଣ୍ଟିକ୍ ଅନ୍ଦାଜ୍

ଫିଲ୍ମ ଭାରତ ପାଇଁ ଚର୍ଚ୍ଚାରେ ସଲମାନ୍ ଏବଂ କ୍ୟାଟ୍ରିନା । ନିକଟରେ ଫିଲ୍ମର ଏକ ନୂଆ ଗୀତ ଜିନ୍ଦା ରିଲିଜ୍ ହୋଇଛି । ଯାହାର ଲଚିଙ୍ଗ୍ ପାଇଁ ଏକ ଇଭେଣ୍ଟର ଆୟୋଜନ କରାଯାଇଥିଲା । ଯେଉଁଥିରେ ପହଂଚିଥିଲେ କ୍ୟାଟ୍ରିନା ଏବଂ ସଲମାନ୍ ।

ହେଲେ ଏହି ଇଭେଣ୍ଟରେ ଏପରି କିଛି ଦେଖିବାକୁ ମିଳିଥିଲା ଯାହା କେହି କଳ୍ପନା ମଧ୍ୟ କରିନଥିବେ । କିଛି ଏଭଳି ଦୃଶ୍ୟ ଯାହା କୌଣସି ଫିଲ୍ମର ରୋମାଣ୍ଟିକ୍ ସିନଠାରୁ କମ୍ ନୁହେଁ । ପ୍ରକୃତରେ କ୍ୟାଟ୍ରିନାଙ୍କ ଶାଢୀ ଅସଜଡା ହେବାରୁ ତଳକୁ ନଇଁ ପଡି ସଜାଡି ଦେଇଥିଲେ ଭାଇଜାନ୍ । ଉଭୟଙ୍କ ଏହି ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । କାରଣ ସଲମାନଙ୍କ ଏପରି ଅନ୍ଦାଜ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।

ଏହା ସହ ଉଭୟଙ୍କ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥରେ ସଲମାନଙ୍କ ଗାଲ ଛୁଇଁବାକୁ ଚେଷ୍ଟା କରୁଛନ୍ତି କ୍ୟାଟ୍ରିନା । କିନ୍ତୁ ଭାଇଜାନ ଟିକେ ଦୂରରେ ବସିଥିବାରୁ ଛୁଇଁ ପାରନାହାଁନ୍ତି କ୍ୟାଟ୍ରିନା । ଏହି ଭିଡିଓ ଦେଖି ଭାଇ – ଭାଉଜ ବୋଲି କମେଂଟ୍ କରିଛନ୍ତି ୟୁଜର୍ସ । ତେବେ ଫ୍ୟାନ୍ସକୁ ଖୁବ୍ ପସନ୍ଦ ଆସିଛି କ୍ୟାଟ୍ ଏବଂ ସଲମାନଙ୍କ ଏହି କେମେଷ୍ଟ୍ରି । ପୂର୍ବରୁ ସଲମାନଙ୍କ ପ୍ରେମିକା ରହି ସାରିଛନ୍ତି କ୍ୟାଟ୍ରିନା । ଏବେ ଉଭୟଙ୍କ ଏହି ବଡିଂଙ୍ଗ୍ ଫ୍ୟାନ୍ସଙ୍କ ମନଜିଣି ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.