ଜିମ୍‌ ନଯାଇ ମଧ୍ୟ ନିଜକୁ ଏମିତି ଫିଟ୍‌ ରଖନ୍ତି ଐଶ୍ୱର୍ଯ୍ୟା,ଜାଣନ୍ତୁ କ’ଣ ତରିକା

ମୁମ୍ବାଇ : ନିଜକୁ ଫିଟ ରଖିବା ପାଇଁ ବଲିଉଡର ଅଭନେତ୍ରୀମାନେ କ’ଣ ନକରନ୍ତି । ଜମ୍‌ ଯିବା ଠାରୁ ଯୋଗ, ପ୍ରାଣାୟାମ ଓ ଖାଦ୍ୟ ପେୟର ବହୁ ଯତ୍ନ ନେଇଥାନ୍ତି । ହେଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜିମ ନଯାଇ ମଧ୍ୟ ବି ନିଜକୁ ଏମିତି ରଖନ୍ତି ଫିଟ୍‌ । ଐଶ୍ୱର୍ଯ୍ୟା ଏବେ ୪୭ ବର୍ଷ ବୟସରେ ପଦାର୍ପଣ କଲେଣି । ହେଲେ ଆଜି ବି ତାଙ୍କ ସୌନ୍ଦର୍ଯ୍ୟ ଓ ଫିଟନେସ ସମସ୍ତଙ୍କୁ ଚକିତ କରିଦିଏ ।

ସବୁଠୁ ବଡ଼ କଥା ହେଉଛି ସେ ଜିମ୍‌ ଯିବା ପସନ୍ଦ କରନ୍ତି ନାହିଁ । ହେଲେ ଐଶ୍ୱର୍ଯ୍ୟା ଯୋଗ ଓ ଖାଦ୍ୟ କଣ୍ଟ୍ରୋଲ ଦ୍ୱାରା ଫିଟ ରଖନ୍ତି । ସବୁଦିନ ସେ ୪୫ ମିନିଟ ଯାଏ ଜଗିଂ କରନ୍ତି । ଏହାପରେ ଯୋଗ ଆରମ୍ଭ କରିଥାନ୍ତି । ଯଦି ସେ ସୁଟିଂରେ ଥାଆନ୍ତି, ସପ୍ତାହକୁ ମାତ୍ର ୨ ଦିନ ଜିମ୍‌ ଯାଇଥାନ୍ତି । ଆସନ୍ତୁ ଜାଣିବା ତାଙ୍କ ଫିଟ୍‌ ରହିବାର ସୂତ୍ର ।

A ray

. ଐଶ୍ୱର୍ଯ୍ୟା ଦିନର ଆରମ୍ଭ ୧ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ରସ ଓ ମହୁ ସହ କରିଥାନ୍ତି ।

. ସେ କେବେ ତାଙ୍କର ବ୍ରେକ୍‌ଫାଷ୍ଟ ମିସ କରିନଥାନ୍ତି ।

. ଡିପ୍‌ ଫ୍ରାଏଡ ଫୁଡ଼ ଓ ଜଙ୍କ ଫୁଡ ଠାରୁ ସେ ଦୂରରେ ଥାଆନ୍ତି ।

. ସେ ହେଭି ମିଲ ନେବା ଅପେକ୍ଷା ଛୋଟ ଛୋଟ ମିଲ୍‌ ନେଇଥାନ୍ତି ।

. ଐଶ୍ୱର୍ଯ୍ୟା ତାଙ୍କର ଲଞ୍ଚ ଓ ଡିନର ରେ ହାଲ୍‌କା ଖାଦ୍ୟ ନେଇଥାନ୍ତି । ଯେଉଁଥିରେ ସଲାଡ୍‌, ସିଝା ପରିବା, ଡାଲି ଓ ରୁଟି ଥାଏ ।

. ରାତି ୮ ଟା ପୂର୍ବରୁ ସେ ତାଙ୍କର ଡିନର ନେଇଥାନ୍ତି ।

. ଦିନ ସାରାଐଶ୍ୱର୍ଯ୍ୟା ଖୁବ୍‌ ପାଣି ପିଅନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.