Below header

ଏବେ ଏଫ୍‌ଡି ଉପରେ ବି ନେଇପାରିବେ କ୍ରେଡିଟ୍‌ କାର୍ଡ, ଜାଣନ୍ତୁ କ’ଣ ଫାଇଦା

ନୂଆଦିଲ୍ଲୀ : କ୍ରେଡିଟ କାର୍ଡ ପାଇଁ ବହୁତ ଲୋକ ବ୍ୟାଙ୍କର ଚକ୍କର କାଟିଥାନ୍ତି । ହେଲେ ଯଦି ଆପଣ କୌଣସି ବ୍ୟାଙ୍କରେ ଏଫ୍‌ଡି ରଖିଛନ୍ତି ତ ଏହି ଆଧାରରେ ଆପଣଙ୍କୁ କ୍ରେଡିଟ କାର୍ଡ ଅତି ସହଜରେ ମିଳିପାରିବ ।

କାରଣ ବ୍ୟାଙ୍କ ଏବେ ଫିକ୍ସଡ୍‌ ଡିପୋଜିତ ଆଧାରରେ ଦେଉଛି କ୍ରେଡିଟ କାର୍ଡ । ଅଳ୍ପ କ୍ରେଡିଟ ସ୍କୋର ରଖୁଥିବା ଲୋକେ ବି ଏହି କାର୍ଡ ପାଇ ପାରିବେ । ଆସନ୍ତୁ ଜାଣିବା ଏହି କାର୍ଡର କ’ଣ ରହିଛି ଫାଇଦା ।

ଏଫ୍‌ଡି ଆଧାରିତ କ୍ରେଡିଟ କାର୍ଡର ଫାଇଦା :

ଏଫ୍‌ଡି ଆଧାରିତ କ୍ରେଡିଟ୍‌ କାର୍ଡ ରେ ରହିଛି ବହୁତ ଫାଇଦା । ଏହି କାର୍ଡରେ ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବନାହିଁ । ଏହା ସହଜରେ ମିଳିଯିବ । ଏହି କ୍ରେଡିଟ କାର୍ଡରେ ସପିଂ, ବିଲ୍‌ ଆଦି ପେମେଣ୍ଟ କରିପାରିବେ । ଏହାଦ୍ୱାରା ଆପଣଙ୍କ କ୍ରେଡିଟ ହିଷ୍ଟ୍ରି ଓ କ୍ରେଡିଟ ସ୍କୋର ସୁଧାରିବାକୁ ମଧ୍ୟ ସୁବିଧା ମିଳିବ ।

ତା’ଛଡା ଏହି କାର୍ଡରେ ସୁଧ ରେଟ୍‌ ମଧ୍ୟ କମ୍‌ ରହିଛି । ଯଦି ଆପଣ ବ୍ୟାଙ୍କରେ ଏଫଡି ରଖିଛନ୍ତି ଏବଂ ଏହି କାର୍ଡ ନେବାକୁ ଚାହୁଁଛନ୍ତି । ତେବେ ଆପଣ ବ୍ୟାଙ୍କ ସହ ସମ୍ପର୍କ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.