ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବେ ବାସୁଦେବପୁରର ସ୍ୱାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟ

ବାସୁଦେବପୁର : ଆସନ୍ତାକାଲି କ୍ରାନ୍ତି ଦିବସ ଅବସରରେ ସମ୍ବର୍ଦ୍ଧିତ ହେବେ ଓଡ଼ିଶାର ଆଉ ଜଣେ ସ୍ୱାଧୀନତା ସଂଗ୍ରାମୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆରୁହା ପଞ୍ଚାୟତ ତୁଳମତୁଳା ଗାଁର ସାରଦା ପ୍ରସାଦ ରାୟ । ରାଷ୍ଟ୍ରପତିଙ୍କ ଦ୍ୱାରା ସେ ସମ୍ମାନିତ ହେବେ। ଏହି ଖବର ଜଣାପଡ଼ିବା ପରେ ସାରା ଅଞ୍ଚଳରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି ।

ଯେହେତୁ ବର୍ତ୍ତମାନ କରୋନା କଟକଣା ରହିଛି ସେଥିପାଇଁ ଏହି ବୟୋବୃଦ୍ଧ ସଂଗ୍ରାମୀମାନଙ୍କୁ ରାଷ୍ଟ୍ରପତି ଭବନକୁ ଡକା ଯାଉନାହିଁ । ସେଥିପାଇଁ ଭଦ୍ରକ ଜିଲ୍ଲାପାଳ ଆସି ତାଙ୍କୁ ସମ୍ବର୍ଦ୍ଧିତ କରିବେ। ସାରଦା ପ୍ରସାଦ ରାୟ ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ବ୍ରିଟିଶ ବିରୋଧରେ ସଂଗ୍ରାମ କରି ସେ ଅନେକ ଥର ଜେଲ ଭୋଗିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.