Below header

ଡବ୍ଦୁ ରତ୍ନାନୀ କ୍ୟାଲେଣ୍ଡର ୨୦୨୦ରେ ଏଭଳି ନିଆରା ଗେଟଅପ୍‌ରେ ନଜର ଆସିଲେ ଐଶ୍ୱର୍ଯ୍ୟା ରାୟ, ମତୁଆଲା ହେଉଛନ୍ତି ଫ୍ୟାନ୍‌

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଡବ୍ଦୁ ରତ୍ନାନୀ କ୍ୟାଲେଣ୍ଡର ୨୦୨୦ର ଏକ ଫଟୋ ସେୟାର କରିଛନ୍ତି। ଏଥିସହ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡବ୍ଦୁଙ୍କ ୨୫ ବର୍ଷ ପୂରଣ ହେବା ଅବସରରେ ସେ ତାଙ୍କୁ ଶୁଭକାମନା ମଧ୍ୟ ଜଣାଇଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ଇଣ୍ଡଷ୍ଟ୍ରୀରେ ଆପଣଙ୍କ ୨୫ ବର୍ଷ ପୂର୍ତ୍ତି ଅବସରରେ ଅନେକ ଅନେକ ଶୁଭକାମନା। ୨୧ ବର୍ଷ ହେଲା ଆପଣଙ୍କ କ୍ୟାଲେଣ୍ଡର ଓ ଆପଣଙ୍କ ପରିବାର ସହ ମୁଁ ଜଡ଼ିତ ଅଛି। ଆପଣଙ୍କୁ ଅନେକ ଅନେକ ଭଲ ପାଇବା’।

aishwarya rai

ଫଟୋରେ ଐଶ୍ୱର୍ଯ୍ୟା ଏକ ହ୍ଵାଇଟ୍‌ କଲରର ସିମ୍ପଲ ସାର୍ଟ ପିନ୍ଧିଛନ୍ତି। ଏଥିସହ ସେ ଖୁବ୍‌ କମ୍‌ ମେକଅପ୍‌ ମଧ୍ୟ କରିଛନ୍ତି। ସେ କ୍ୟାମେରା ଆଡକୁ ଅନାଇ ପୋଜ୍‌ ଦେଇଥିବା ଦେଖାଯାଇଛି। ଫଟୋକୁ ନ୍ୟାଚୁରାଲ ଟଚ୍‌ ଦେବା ପାଇଁ ସେ କେଶ ଖୋଲା ରଖିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଡବ୍ଦୁ ରତ୍ନାନୀଙ୍କ କ୍ୟାଲେଣ୍ଡର ସବୁବେଳେ ଚର୍ଚ୍ଚାରେ ରହିଥାଏ। ଚଳିତଥରର କ୍ୟାଲେଣ୍ଡର ପାଇଁ ସେ କିଆରା ଆଡଭାନୀ, ବିଦ୍ୟା ବାଲାନ, ଅନନ୍ୟା ପାଣ୍ଡେ, ବିକ୍କି କୌଶଲ, ଭୂମି ପେଡନେକର, କାର୍ତ୍ତିକ ଆର୍ୟନଙ୍କ ସମେତ ଅନ୍ୟ ସେଲିବ୍ରିଟିଙ୍କ ଫଟୋସୁଟ୍‌ କରିଛନ୍ତି।

aishwarya abhishek

ତେବେ କାମ କଥା କହିବାକୁ ଗଲେ ଐଶ୍ୱର୍ଯ୍ୟାଙ୍କୁ ଖୁବ୍‌ଶୀଘ୍ର ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗୁଲାବ ଜାମୁନ’ରେ ଦେଖିବାକୁ ମିଳିବ। ଫିଲ୍ମରେ ତାଙ୍କ ସହ ସ୍ୱାମୀ ଅଭିଷେକ ବଚ୍ଚନ ମଧ୍ୟ ନଜର ଆସିବେ। ଏଥିସହ ସେ ମଣିରତ୍ନମ୍‌ଙ୍କ ତାମିଲ ଫିଲ୍ମ ‘ପୋତ୍ରିୟିନ୍‌ ସେଲବନ’ ମଧ୍ୟ କରୁଛନ୍ତି। ଏଥିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ବିକ୍ରମଙ୍କୁ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.