Below header

ପୁଣି ଜଣେ ଷ୍ଟାରଙ୍କୁ ହରାଇଲା ବଲିଉଡ୍, ଆଖି ବୁଜିଲେ ସୁପରଷ୍ଟାର୍ ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ୍

ପୁଣି ଜଣେ ଷ୍ଟାରଙ୍କୁ ହରାଇଲା ବଲିଉଡ୍ । ପରପାରିରେ ସୁପରଷ୍ଟାର୍ ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ୍ । ଦୀର୍ଘ ଦିନ ଧରି ଅସୁସ୍ଥ ଥବା ବୀରୁ ଆଜି ସକାଳେ ମୁମ୍ବାଇରେ ନିଶ୍ବାସ ତ୍ୟାଗ କରିଛନ୍ତି । ରିପୋର୍ଟ ଅନୁସାରେ ହାର୍ଟ ଆଟାକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୭୭ ବର୍ଷ ହୋଇଥିଲା । ଅନ୍ୟପଟେ ବୀରୁଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

ପ୍ରାୟ ୮୦ ରୁ ଅଧିକ ଫିଲ୍ମରେ ଷ୍ଟଣ୍ଟ କୋରିଓଗ୍ରାଫର୍ ଭାବରେ କାମ କରିଛନ୍ତି ବୀରୁ ଦେବଗନ୍ । ଏହା ବ୍ୟତୀତ ୧୯୯୯ରେ ଆସିଥିବା ଫିଲ୍ମ ହିନ୍ଦୁସ୍ତାନ କି କସମ ଫିଲ୍ମ ମଧ୍ୟ ଡାଇରେକ୍ଟ କରିଛନ୍ତି । ଆଜ୍ କା ଅର୍ଜୁନ, ରାମ ତେରୀ ଗଙ୍ଗା ମୈଲି ହୋ ଗୟି, ବିଜୟ ପଥ, ଦିଲଜଲେ, ଏକ ହି ରାସ୍ତା, ପ୍ରେମ ରୋଗ, ଆଖିରି ରାସ୍ତା, ସୋନେ ପେ ସୁହାଗା ଏବଂ ଖୁନ୍ ଭରି ମାଙ୍ଗ ଭଳି ଫିଲ୍ମରେ ଷ୍ଟଣ୍ଟ ସିନ୍ ଡାଇରେକ୍ଟ କରିଛନ୍ତି ବୀରୁ । ତେବେ ବହୁତ କମ୍ ଲୋକ ଜାଣନ୍ତି ବୀରୁ ଦେବଗନ୍ ଷ୍ଟଣ୍ଟ ସିନ୍ ଡାଇରେକ୍ଟ କରିବା ବ୍ୟତୀତ ଜଣେ ଆକ୍ଟର, ପ୍ରଯୋଜକ ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟର ମଧ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.