ଜୁଲାଇରୁ ଶସ୍ତା ଏସି ବିକ୍ରି କରିବେ ମୋଦି ସରକାର ! ଅନଲାଇନ ବୁକ୍ କରିବାର ୨୪ ଘଣ୍ଟା ଭିତରେ ହେବ ଡେଲିଭରୀ

ଗରମରେ ସମସ୍ତେ ନିଜ ଘରେ ଏସି ଲଗାଇବାକୁ ଚାହାଁନ୍ତି। କିନ୍ତୁ ଏହାର ଦାମ କାରଣରୁ ଏହାକୁ କିଣିବା ସବୁ ଲୋକଙ୍କୁ ଅସମର୍ଥ ହୋଇଥାଏ। ଏଥିପାଇଁ ସରକାର ଏବେ ଘରକୁ ଏସି ପହଁଚାଇବା ପାଇଁ ଶସ୍ତା ଏସି ବଜାରରେ ଉପଲବ୍ଧ କରିବାକୁ ଯାଉଛନ୍ତି। ସରକାର ଲୋକଙ୍କୁ ବଜାର ଦାମ ଠାରୁ ୧୫ ରୁ ୨୦ ପ୍ରତିଶତ ଶସ୍ତା ଏସି କିଣିବାର ସୁଯୋଗ ଦେବେ। ଏହି ଏସି ସରକାର EESL କମ୍ପାନୀ ଲଞ୍ଚ କରିବ। ଏହି ଏସିର ଦାମ ଆପଣଙ୍କ ବଜେଟରେ ହେବା ସହିତ ଏହା କମ୍ ବିଦ୍ୟୁତ ବ୍ୟବହାର କରିବ।

ଅନଲାଇନ କିଣିବାର ମଉକା

ଏହାକୁ ଆପଣ ଘରେ ବସି ଗୋଟିଏ କ୍ଲିକରେ କିଣିପାରିବେ। ଏଥିସହିତ ଏକ୍ସଚେଞ୍ଜ ଅଫର ର ମଧ୍ୟ ଫାଇଦା ଉଠାଇପାରିବେ। ନିଜର ପୁରୁଣା ଏସିକୁ ମଧ୍ୟ ବଦଳାଇପାରିବେ। ଏଥିରୁ ଆପଣଙ୍କ ବିଦ୍ୟୁତ ବିଲରେ ମଧ୍ୟ ୩୫-୪୦ ପ୍ରତିଶତ ପର‌୍ୟ୍ୟନ୍ତ କମ୍ ହେବ। ସରକାର ଏହି ସୁବିଧା ଆଗାମୀ ଗୋଟେ-ଦେଢ଼ ମାସରେ ଦେବେ। ଏସି ଖରାପ ହେଲେ ମଧ୍ୟ କମ୍ପାନୀର ଚକ୍କର ଲଗାଇବାକୁ ଆବଶ୍ୟକ ପଡିବନାହିଁ। ଏଲଜି, ପାନାସୋନିକ, ବ୍ଲୁ ଷ୍ଟାର, ଗୋଦରେଜ୍ ଭଳି କମ୍ପାନୀ ଏସି ସପ୍ଲାଏ କରିବାର ରେସରେ ଅଛନ୍ତି।

୨୪ ଘଣ୍ଟା ଭିତରେ ହେବ ଡେଲିଭରୀ

ଅନଲାଇନ ବୁକିଂର ୨୪ ଘଣ୍ଟା ଭିତରେ ଏସି ଆପଣଙ୍କ ଘରେ ଲଗାଇବାର ଗ୍ୟାରେଣ୍ଟୀ ଅଛି। ଏଥିପାଇଁ ସରକାରୀ କମ୍ପାନୀ EESL ଜୁଲାଇରେ ସାଧାରଣ ଗ୍ରାହକଙ୍କ ପାଇଁ ମାର୍କେଟରେ ଲଞ୍ଚ କରିବ।

acଜୁଲାଇରୁ ମିଳିବ ଶସ୍ତା ଏସି

ଗ୍ରାହକଙ୍କୁ ଜୁଲାଇ ମାସରୁ ଶସ୍ତା ଏସି ମିଳିବା ଆରମ୍ଭ ହୋଇଯିବ। କମ୍ପାନୀ ଆଗାମୀ ବର୍ଷ ପର‌୍ୟ୍ୟନ୍ତ ୨ ଲକ୍ଷ ଲୋକଙ୍କୁ ଏସି ବିକ୍ରି କରିବାକୁ ଟାରଗେଟ ରଖିଛି। ଧ୍ୟାନ ରଖନ୍ତୁ ଏହି ଏସିକୁ ସେହି ଗ୍ରାହକ କିଣିପାରିବେ ଯେଉଁମାନଙ୍କ ନାମରେ ବିଦ୍ୟୁତ କନେକସନ ଅଛି।

ଜଣାଇବାକୁ ଚାହିଁବୁ EESL ସେହି କମ୍ପାନୀ ଅଟେ ଯାହା ଦେଶର ଅନେକ ଘରେ ଶସ୍ତା LED ବଲ୍ବ ଏବଂ ଟ୍ୟୁବଲାଇଟ ଉପଲବ୍ଧ କରାଇଥିଲା। ବର୍ତ୍ତମାନ କମ୍ପାନୀର ଲକ୍ଷ ଘର-ଘରକୁ ଶସ୍ତା ଏସି ପହଁଚାଇବା। ଏହି କମ୍ପାନୀ ଶସ୍ତା ଟ୍ୟୁବଲାଇଟ ଏବଂ ପଙ୍ଖକୁ ବିକ୍ରି କରିବା କାମ ବିଦ୍ୟୁତ ଦେଉଥିବା Discom କମ୍ପାନୀ ସହିତ ମିଶି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.