ଜାଣିଛନ୍ତି କେତୋଟି ଜୀବନ ପରେ ମିଳିଥାଏ ମଣିଷ ଜୀବନ ?

ଭାରତୀୟ ଧର୍ମଗ୍ରନ୍ଥ ଅନୁସାରେ ଭଗବାନ ହେଉଛନ୍ତି ଦୁନିଆର ସୃଷ୍ଟିକର୍ତ୍ତା । ଜୀବଜନ୍ତୁ,ଗଛ ଓ ପଶୁପକ୍ଷୀ ଆଦି ତାଙ୍କରି ସୃଷ୍ଟି। ଏମାନଙ୍କ ମଧ୍ୟରୁ ମନୁଷ୍ୟର ଜୀବନ ଅତି ଦୁର୍ଲ୍ଲଭ । ସେଥିପାଇଁ ଆମକୁ ଏହି ମନୁଷ୍ୟ ଜନ୍ମର ସଦୁପଯୋଗ କରିବା ଉଚିତ। ଏପରି ମଧ୍ୟ କୁହାଯାଇଥାଏ ଅନେକ ଜୀବନର ପୁଣ୍ୟ ପାଇଁ ମନୁଷ୍ୟ ଜୀବନ ପ୍ରାପ୍ତ ହୋଇଥାଏ। ଏନେଇ କହିବା କଷ୍ଟ ମୃତ୍ୟୁ ପରେ ପୁନର୍ବାର ମନୁଷ୍ୟ ଜନ୍ମ ମିଳିବ କି ନାହିଁ । ତେବେ ମନୁଷ୍ୟ ଜନ୍ମ ସମ୍ବନ୍ଧରେ ଭାରତୀୟ ଧର୍ମ ଗ୍ରନ୍ଥରେ ଅନେକ କଥା ବର୍ଣ୍ଣନା କରାଯାଇଛି ଯାହା ବିଷୟରେ ଆଜି ଆମେ କହିବାକୁ ଯାଉଛୁ ।

ଶାସ୍ତ୍ରଅନୁଯାୟୀ, ଭଗବାନ ୮୪ ଲକ୍ଷ ଜୀବନ ଚକ୍ର ତିଆରି କରିଛନ୍ତି। ସେଥିମଧ୍ୟରୁ ୩୦ ଲକ୍ଷ ପ୍ରଜାତିର ବୃକ୍ଷଲତା, ୨୭ ଲକ୍ଷ ପ୍ରଜାତିର କୀଟ ପତଙ୍ଗ, ୧୪ ଲକ୍ଷ ପ୍ରଜାତିର ପକ୍ଷୀ, ୯ ଲକ୍ଷ ପ୍ରଜାତିର ଜଳଚର ପ୍ରାଣୀ ଓ ୪ ଲକ୍ଷ ପ୍ରଜାତିର ପଶୁ ଜନ୍ମ ପାଇଛନ୍ତି। ଏହି ସବୁ ଜୀବନ ପାଇବା ପରେ ଭଲ କର୍ମକୁ ଆଧାର କରି ଜୀବକୁ ମନୁଷ୍ୟ ଜନ୍ମ ଦିଆଯାଇଥାଏ।

Chanakya

ଚାଣକ୍ୟ ବାକ୍ୟନୁଯାୟୀ, ନଷ୍ଟ ହୋଇଥବା ଧନ ପୂର୍ଣ୍ଣ ପ୍ରାପ୍ତ କରାଯାଇଥାଏ। ଦୂରକୁ ଯାଇଥିବା ବ୍ୟକ୍ତିକୁ ପାଖକୁ ଆଣି ହୋଇଥାଏ। କିନ୍ତୁ ମନୁଷ୍ୟ ଜୀବନ ଥରେ ନଷ୍ଟ ହୋଇଗଲା ପରେ ଆଉ ମିଳି ପାରି ନ ଥାଏ। ତେଣୁ ମନୁଷ୍ୟ ଜନ୍ମ ପାଇଥିବା ବ୍ୟକ୍ତି ସର୍ବଦା ପରୋପକାର ଓ ଭଲ କର୍ମ କରିବା ଉଚିତ। ଯାହାଦ୍ୱାରା ସେ ପୁନର୍ବାର ମନୁଷ୍ୟ ଜନ୍ମ ପାଇବାକୁ ସକ୍ଷମ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.