ସାଉଥ ସୁନ୍ଦରୀ ରାଶିଙ୍କ ସହ ଓଟିଟି ଡେବ୍ୟୁ କଲେ ଅଜୟ ଦେବଗନ, ଲଞ୍ଚ ହେଲା ‘ରୁଦ୍ର- ଦ ଏଜ୍‌ ଅଫ ଡାର୍କନେସ’ର ଟ୍ରେଲର

ସାଉଥ ସୁନ୍ଦରୀ ରାଶି ଖାନା ଏବଂ ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ନିଜର ଓଟିଟି ପଦାର୍ପଣ କରିଛନ୍ତି । ହଲିଉଡ କ୍ରାଇମ ସିରିଜ୍ ଲୁଥରର ଏହି ରିମେକ ‘ରୁଦ୍ର- ଦ ଏଜ୍‌ ଅଫ ଡାର୍କନେସରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଜୟ ଦେବଗନ । ଅଜୟ ଇଡ୍ରିସ ଆଲବାଙ୍କ ଡିଟେକ୍ଟିଭ ଚରିତ୍ରରେ ନଜର ଆସିବେ । ତାଙ୍କ ସହ ସାଉଥ୍ ସୁନ୍ଦରୀ ରାଶି ଖାନା ଏହି ସିରିଜ ଜରିଆରେ ନିଜର ହିନ୍ଦୀ ଭାଷାରେ ଡେବ୍ୟୁ କରୁଛନ୍ତି । ଏହା ସହିତ ଦୀର୍ଘ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ଇଶା ଦେଓଲ । ଏହି ସିରିଜରେ ଅପରାଧୀ ଏବଂ ପୋଲିସର ମନସ୍ତତ୍ୱ ଦେଖିବାକୁ ମିଳିବ । ଏଥିରେ ରାଶିଙ୍କ କିଲର ଅନ୍ଦାଜ ଦେଖିବାକୁ ମିଳିଛି। ସେ ନିଜର ଲୁକ୍ସ ଏବଂ ଭିନ୍ନ ଚରିତ୍ରରେ ଦର୍ଶକଙ୍କ ହୃଦୟ ଜିତି ନେଇଛନ୍ତି।

ଏହାର କାହାଣୀ ମୁମ୍ବାଇର ପୃଷ୍ଠଭୂମିରେ ଗତିଶୀଳ । କିଭଳି ଜଣେ ଚାଲାକ ଅପରାଧୀକୁ ଡିସିପି ରୁଦ୍ର ଧରୁଛନ୍ତି ତାହା ଦେଖିବାକୁ ମିଳିବ । ମୁମ୍ବାଇ ବ୍ୟାକଡ୍ରପରେ ନିର୍ମିତ ଶୋ’ଟି ୬ ଏପିସୋଡ ରହିଛି । ନିର୍ଦ୍ଦେଶକ ରାଜେଶ ମାପୁସକାର ଏହି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି । ଅଜୟ ଦେବଗନ ନିଜର ଇଣ୍ଟେନ୍ସ ଲୁକରେ ନଜର ଆସିଛନ୍ତି । ରାଶି ଖାନା ଜଣେ ସୋସିଓପାଥ୍ ଭୂମିକାରେ ନଜର ଆସିଥିବା ବେଳେ ଇଶା ଦେଓଲଙ୍କ ଭୂମିକା ସମ୍ପର୍କରେ ଖୁଲାସା କରାଯାଇନାହିଁ ।

 

View this post on Instagram

 

A post shared by Raashii Khanna (@raashiikhanna)

ଅଜୟ, ଇଶା ଏବଂ ରାଶିଙ୍କ ବ୍ୟତିତ ଏକାଧିକ ଅନୁଭବୀ କଳାକାର ଏହି ସିରିଜରେ ନଜର ଆସିବେ । ଅତୁଲ କୁଲକର୍ଣ୍ଣୀ, ଆଶିଷ ବିଦ୍ୟାର୍ଥୀ, ଅଶ୍ୱିନୀ କାଲସେକର, ତରୁଣ ଗେହଲୋଟ ଏବଂ ସତ୍ୟଦୀପ ମିଶ୍ର ପ୍ରମୁଖ ଭୂମିକାରେ ନଜର ଆସିବେ । ଡିଜନୀ ପ୍ଲସ ହଟଷ୍ଟାରରେ ଏହି ସିରିଜଟି ରିଲିଜ ହେବାକୁ ଯାଉଥିବା ବେଳେ ୫ଟି ଭାଷାରେ ଏହା ରିଲିଜ୍ ହେବ ।

ସୂଚନାଯୋଗ୍ୟ, ରାଶି ଖାନା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ‘ଯୋଦ୍ଧା’ ଜରିଆରେ ବଲିଉଡ ଡେବ୍ୟୁ କରିଛନ୍ତି। ଏହା ସୁଟିଂ ସରିଛି। କେବଳ ସେତିକି ନୁହେଁ ରାଶି ସାହିଦ କପୁର ଏବଂ ବିଜୟ ସେତୁପତିଙ୍କ ସହିତ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି।