ଭାରତୀୟ ନାଗରିକତା ପାଇଲେ ଅକ୍ଷୟ କୁମାର, ସେୟାର କଲେ ଫଟୋ

ସ୍ବାଧୀନତା ଦିବସରେ ଅକ୍ଷୟଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ । ଏ ନେଇ ଟ୍ବିଟରରେ ଫଟୋ ସେୟାର କଲେ ଅକ୍ଷୟ । ପୂର୍ବରୁ ଅକ୍ଷୟଙ୍କ ପାଖରେ କାନାଡାର ପାସପୋର୍ଟ ଥିଲା । ଦୀର୍ଘ ଦିନ ହେବ ଭାରତୀୟ ନାଗରିକତା ପାଇବାକୁ ଚେଷ୍ଟା କରୁଥିଲେ ଅକ୍ଷୟ ।

ଭାରତୀୟ ନାଗରିକତା ପାଇଛନ୍ତି ଅଭିନେତା ଅକ୍ଷୟ କୁମାର । ସ୍ବାଧୀନତା ଦିବସରେ ଅକ୍ଷୟଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ । ଏ ନେଇ ଟ୍ବିଟରରେ ଫଟୋ ସେୟାର କଲେ ଅକ୍ଷୟ । ସେୟାର କରି କହିଲେ , ଏବେ ଦିଲ୍ ଓ ନାଗରିକତା ଉଭୟ ହିନ୍ଦୀସ୍ଥାନୀ । ଭାରତୀୟ ନାଗରିକତା ପାଇବା ପରେ ଫ୍ୟାନ୍ସ ଅକ୍ଷୟ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୂର୍ବରୁ ଅକ୍ଷୟଙ୍କ ପାଖରେ କାନାଡାର ପାସପୋର୍ଟ ଥିଲା । ଦୀର୍ଘ ଦିନ ହେବ ଭାରତୀୟ ନାଗରିକତା ପାଇବାକୁ ଚେଷ୍ଟା କରୁଥିଲେ ଅକ୍ଷୟ । ତାଙ୍କ ପାଖରେ ଭାରତୀୟ ନାଗରିକତା ନଥିବାରୁ ବହୁ ସମାଲୋଚନାର ଶିକାର ହେବାକୁ ପଡୁଥିଲା। ଭାରତୀୟ ସିନେମାରେ କାମ କରି ମଧ୍ୟ ଭାରତୀୟ ନାଗରିକତା ନଥିବାରୁ ତାଙ୍କୁଟ୍ରୋଲ କରାଯାଉଥିଲା।

ଅକ୍ଷୟ କୁମାର ଲେଖିଛନ୍ତି, ଦିଲ୍‌ ଔର ନାଗରିକତା, ଦୁଇଟି ଯାକ ହିନ୍ଦୁସ୍ତାନୀ । ସ୍ୱାଧୀନତା ଦିବସ ଅବସରରେ ଶୁଭକାମନା । ଜୟ ହିନ୍ଦ୍‌ । ଅକ୍ଷୟ କୁମାର ଏହା ଘୋଷଣା କରିବା ପରେ ଫ୍ୟାନ୍ସ ଶୁଭେଚ୍ଛା ଦେବାରେ ଲାଗିଛନ୍ତି ।
୨୦୧୯ରେ ଅକ୍ଷୟ ଭାରତୀୟ ନାଗରିକତା ପାଇଁ ଆବେଦନ କରିବେ ବୋଲି କହିଥିଲେ । ତା’ ପରେ ମହାମାରୀ କରୋନା ବ୍ୟାପିଥିଲା । ତେଣୁ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା । ଆଉ ୨୦୨୩ରେ ତାଙ୍କୁ ନାଗରିକତ୍ୱ ମିଳିଥିଲା ।

ତେବେ ବକ୍ସ ଅଫିସରେ ଭଲ କଲେକ୍ସନ କରୁଛି ଅକ୍ଷୟଙ୍କ ଫିଲ୍ମ ଓଏମଜି-୨। ଫିଲ୍ମରେ ଅକ୍ଷୟଙ୍କ ସହ ୟାମୀ ଗୌତମ ଓ ପଙ୍କଜ ତ୍ରୀପାଠୀ ଅଭିନୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.