‘ବଡେ ମିଆଁ ଛୋଟେ ମିଆଁ’ର ଟିଜର ଆଉଟ୍‌, ଏକାଠି ଆକ୍ସନ କରିବେ ଅକ୍ଷୟ- ଟାଇଗର

ବଲିଉଡର ଦୁଇ ଆକ୍ସନ ଷ୍ଟାର ଏକାଠି ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଏକାଠି ମିଶି ଆକ୍ସନ କରୁଥିବାର ନଜର ଆସିବେ। ଫିଲ୍ମରେ ଡବଲ ଆକ୍ସନ ସହିତ ଡବଲ ଧମାକା ଦେଖିବାକୁ ମିଳିବ। ଫିଲ୍ମର ଟିଜର ରିଲିଜ ହୋଇଛି।

ଫିଲ୍ମର ନାମ ରହିଛି ‘ବଡେ ମିଆଁ ଛୋଟେ ମିଆଁ’। ଏହାର ଟିଜର ରିଲିଜ ହୋଇଛି। ପ୍ରଥମ ଥର ପାଇଁ ଅକ୍ଷୟ ଏବଂ ଟାଇଗର ଏକାଠି ସ୍କ୍ରିନ ସେୟାର କରିବେ। ଫିଲ୍ମର ନିର୍ଦ୍ଦେଶନା ଅଲ୍ଲୀ ଆବାସ ଜଫର ଦେଉଛନ୍ତି। ଫିଲ୍ମଟି ଆସନ୍ତା ୨୦୨୩ କ୍ରିସମାସ ଅବସରରେ ରିଲିଜ ହେବ। ଏହାର ଟିଜରର ବ୍ୟାକ୍‌ଗ୍ରାଉଣ୍ଡରେ ଅମିତାଭ ବଚ୍ଚନ ଏବଂ ଗୋବିନ୍ଦାଙ୍କ ୧୯୯୮ରେ ଆସିଥିବା ଫିଲ୍ମ ବଡେ ମିଆଁ ଛୋଟେ ମିଆଁର ଟାଇଟଲ ଟ୍ରାକ୍‌ ସ୍ୱର ଶୁଣାଯାଉଛି।

 

View this post on Instagram

 

A post shared by Tiger Shroff (@tigerjackieshroff)

୨ ମିନିଟ ଟିଜର ଭିଡିଓରେ ଅକ୍ଷୟ ଏବଂ ଟାଇଗର ବନ୍ଧୁକ, ମାର୍ସଲ ଆର୍ଟ ସାହାଯ୍ୟରେ ଶତ୍ରୁ ପକ୍ଷରୁ ମାତ୍‌ ଦେଉଥିବା ନଜର ଆସିଛନ୍ତି। ଟାଇଗର କହୁଛନ୍ତି, ମୁଁ ଫିଲ୍ମ ଛୋଟ ମିଆଁ ପ୍ରମୋଟ କରିବାକୁ ଆସିଛି, ସେହିପରି ଅକ୍ଷୟ କହୁଚନ୍ତି ମୁଁ ବଡେ ମିଆଁକୁ ପ୍ରମୋଟ କରିବାକୁ ଆସିଛି। ତେବେ ଅକ୍ଷୟ ଟାଇଗରକୁ ଏକାଠି ଆସିବାକୁ ପଚାରୁଛନ୍ତି।

ଟିଜର ଦେଖି ଫ୍ୟାନ୍ସ ବେଶ୍‌ ଖୁସି ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଲୋକେ ଫାୟାର ଇମୋଜି ପୋଷ୍ଟ କରି ଉତ୍ସାହିତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.