ସମ୍ଭାବ୍ୟ ଯୁଦ୍ଧ ପାଇଁ ୟୁକ୍ରେନ ନାଗରିକଙ୍କ ପ୍ରସ୍ତୁତି ,ଆମେରିକା ସେନା ଦେଉଛନ୍ତି ପ୍ରଶିକ୍ଷଣ

ନୂଆଦିଲ୍ଲୀ : ୟୁକ୍ରେନ- ରୁଷ ଉତ୍ତେଜନା ହ୍ରାସ ନେଇ ଆଲୋଚନା ଆରମ୍ଭ ହୋଇଛି । କିନ୍ତୁ ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ୟୁକ୍ରେନ ନାଗରିକ । ଯଦି ରୁଷ କୌଣସି ସ୍ଥିତିରେ ରୁଷ ଆକ୍ରମଣ କରେ ତେବେ ଏହାର ମୁକାବିଲା କରିବାକୁ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି। ଖାରକିଭରେ ଥିବା ୟୁକ୍ରେନବାସୀ ଯୁଦ୍ଧାଭ୍ୟାସ କରିଛନ୍ତି। ରାଷ୍ଟ୍ରକୁ ସୁରକ୍ଷା ସହ ନିଜର ସୁରକ୍ଷା ପାଇଁ ଆକ୍ରମଣାତ୍ମକ ପଦକ୍ଷେପ ନେବେ ବୋଲି ସାଧାରଣ ନାଗରିକ ବି ପ୍ରସ୍ତୁତ ଅଛନ୍ତି।

ରୁଷ ଆକ୍ରମଣ କଲେ କିପରି ରକ୍ଷା ପାଇ ହେବ ସେନେଇ ଆମେରିକା ସେନା ମଧ୍ୟ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସେପଟେ ଦୁଇ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ନେଇ ପ୍ରତିକ୍ରିୟା ରଖିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମାିର ପୁଟିନ। ନାଟୋରେ ୟୁକ୍ରେନ ମିଶିଲେ ଯୁଦ୍ଧ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଦେଶର ସୀମା ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ଗତକାଲି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କୁ ସହ ଆଲୋଚନା କରିଥିଲେ ପୁଟିନ। ଆମେରିକା ଜର୍ମାନୀ ଚାନସେଲରଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। ୟୁକ୍ରେନ ପ୍ରତି ରୁଷିଆର ଆକ୍ରମଣତ୍ମାକ ବ୍ୟବହାରକୁ ଦୁଇ ଦେଶ ମିଶି ସାମ୍ନା କରିବେ ବୋଲି ଉଭୟେ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.