Below header

ଅକ୍ଷୟ କୁମାରଙ୍କ ବଡ ହୃଦୟ, ଫନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଏକ କୋଟି ଟଙ୍କା ପ୍ରଦାନ କରିଛନ୍ତି ଖିଲାଡି ବୟ

ପ୍ରଳୟଙ୍କାରୀ ବାତ୍ୟା ଫନିରେ ବ୍ୟାପକ କ୍ଷୟକ୍ଷତି ପରେ ଏବେ ବିଭିନ୍ନ ଆଡୁ ସହାୟତାର ହାତ ଲମ୍ବି ଆସିଛି । ଓଡ଼ିଶା ପାଇଁ ସହାୟତାର ହାତ ବଢାଇଛନ୍ତି ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର । ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲଫ୍‌ ଫଣ୍ଡକୁ ଏକ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ଅକ୍ଷୟ କୁମାର । ଏହା ଅକ୍ଷୟଙ୍କ ପାଇଁ ନୂଆ ନୁହଁ । ପୂର୍ବରୁ ମଧ୍ୟ ‘ଭାରତ କେ ବୀର’ ମାଧ୍ୟମରେ ୫ କୋଟି ଦାନ କରିବା ପାଇଁ ପ୍ରୟାସ କରିଥିଲେ । ଏହା ପୂର୍ବରୁ ୨୦୧୫ରେ ଚେନ୍ନାଇରେ ହୋଇଥିବା ବନ୍ୟା ପାଇଁ ଏକ କୋଟି ଟଙ୍କା ସହାୟତା ଦେଇଥିଲେ । କେରଳ ବନ୍ୟା ବିପନ୍ନଙ୍କ ପାଇଁ ମଧ୍ୟ ସହାୟତା ପ୍ରଦାନ କରିଥିଲେ ଅକ୍ଷୟ କୁମାର । ଜଣେ ରିଲ୍‌ ହିରୋ ରିୟଲ ହିରୋ ଭାବେ ପରିଚୟ ଦେଇଛନ୍ତି ।

ସେହିଭଳି ଫନି କ୍ଷତିଗ୍ରସ୍ତଙ୍କୁ ତିବତ୍ତୀୟ ଧର୍ମଗୁରୁ ଦଲେଇଲାମାଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ପାଇଁ ଘୋଷଣା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ସେ । ସେହିପରି ରାଜ୍ୟ ସରକାରଙ୍କ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଦଲାଇଲାମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.