ଯୌନ ନିର୍ଯ୍ୟାତନା ମାମଲା, ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯ୍ୟାତନା ଅଭିଯୋଗ ଭିତ୍ତିହୀନ ବୋଲି ଏହି ମାମଲାର ତଦନ୍ତ କରୁଥିବା ତିନି ଜଣିଆ ଆଭ୍ୟନ୍ତରୀଣ କମିଟି ରାୟ ଦେଇଛନ୍ତି। ଏପ୍ରିଲ ୧୯ରେ ସୁପ୍ରିମ କୋର୍ଟର ମହିଳା କର୍ମଚାରୀଙ୍କ ଦ୍ୱାରା ଗୋଗୋଇଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର କୌଣସି ବଳିଷ୍ଠ ପ୍ରମାଣ ନଥିବା କମିଟି ସ୍ପଷ୍ଟ କରିଛନ୍ତି। ସୁପ୍ରିମ କୋର୍ଟର ଏହି ରାୟ ପରେ ଅଭିଯୋଗ ଆଣିଥିବା ମହିଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହା ଘୋର ଅନ୍ୟାୟ । ସେ କୋର୍ଟର ଏହି ରାୟ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ସେ ଯାହା ଆଶଙ୍କା କରୁଥିଲେ ତାହା ହୋଇଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉପରୁ ତାଙ୍କର ଭରସା ଚାଲିଯାଇଛି। ସେ ତାଙ୍କ ଆଡ଼ଭୋକେଟ୍‌ଙ୍କ ସହ ପରାମର୍ଶ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ପୀଡିତା ମହିଳା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.