ପୁଣି ଫେରୁଛି କୁଲି ନଂ-୧ , ଧମାଲ ମଚାଇବେ ଏହି ନବାଗତା ଯୋଡ଼ି

ମୁମ୍ବାଇ : ପୁଣି ଥରେ ପରଦାରେ ଆସୁଛି କୁଲି ନଂ-୧। ଏଥିରେ ଏକାଠି ନଜର ଆସିବେ ବରୁଣ ଧାଓ୍ଵନ୍ ଓ ଆଲିୟା ଭଟ୍ଟ। ଅର୍ଥାତ୍ ପୁଣି ଥରେ ଧମାଲ ମଚେଇବା ନେଇ ପ୍ରସ୍ତୁତ ଏହି ଯୋଡି । ଡେଭିଡ୍ ଧାଓ୍ଵନଙ୍କ ବ୍ଲକବଷ୍ଟର ଫିଲ୍ମ କୁଲି ନଂ ୧ର ରିମେକରେ ଏହି ଯୋଡି ଏକାଠି କାମ କରିବେ ବୋଲି ସୂଚନା ରହିଛି।

alia

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ପୂର୍ବରୁ କୁଲି ନଂ ୧ରେ ଗୋବିନ୍ଦା ଓ କରିସ୍ମା କପୁର ଅଭିନୟ କରିଥିଲେ । ଫିଲ୍ମଟି ବକ୍ସଅଫିସରେ ସୁପରଡୁପର ହିଟ୍ ହୋଇଥିଲା । ପୂର୍ବରୁ ଏହି ଫିଲ୍ମର ରିମେକରେ ବରୁଣଙ୍କ ଅପୋଜିଟରେ ସାରା ଅଲ୍ଲୀ ଖାନ୍ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ଆଲିଆଙ୍କୁ ଫାଇନାଲ କରାଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଡେଭିଡ ଧାଓ୍ଵନ୍ ଥିବା ବେଳେ ଏବେ ଫିଲ୍ମର ସ୍କ୍ରିପଟ ଲେଖା ଚାଲିଛି ।

ali a2

ପୂର୍ବରୁ ଆଲିୟା ଓ ବରୁଣଙ୍କ ଯୋଡି ଅନେକ ହିଟ୍ ଫିଲ୍ମରେ ସ୍କ୍ରିନ୍ ସେୟାର କରିଛନ୍ତି । ବରୁଣ ଓ ଆଲିୟା ଅଭିନୀତ ଷ୍ଟୁଡେଣ୍ଟ ଅଫ୍ ଦି ଇୟର, ବଦ୍ରି କି ଦୁଲହନିୟା, ହମ୍ପଟି ଶର୍ମା କେ ଦୁଲହନିୟା ବକ୍ସଅଫିସରେ ଖୁବ ଭଲ ବ୍ୟବସାୟ କରିଥିଲା ।

Leave A Reply

Your email address will not be published.