ଖୁବ ଶୀଘ୍ର OTT ପ୍ଲାଟଫର୍ମରେ ରିଲିଜ ହେବ ଆଲିୟା, ପ୍ରିୟଙ୍କା ଓ କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ, ପ୍ରିୟଙ୍କା ଚୋପ୍ରା ଓ କ୍ୟାଟ୍ରିନା କେଫ ଷ୍ଟାରର ଫିଲ୍ମ “ଜି ଲେ ଜରା” ନେଇ ଘୋଷଣା କରିବା ପରେ ଫ୍ୟାନ୍ସ ମାନେ ଉତ୍ସାହିତ ଭାବେ ଏହି ଫିଲ୍ମର ରିଲିଜ ନେଇ ଅପେକ୍ଷା କରିଛନ୍ତି  । ବଲିଉଡ଼ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ଫରହାନ ଅଖତାରଙ୍କ ନିର୍ଦେଶିତ ଏହି ଫିଲ୍ମକୁ ଫରହାନ, ଜୋୟା ଅଖତାର ଓ ରିମା କାଗନୀ ହିଁ ଲେଖିଛନ୍ତି  । ଏଭିତରେ ଏହି ଫିଲ୍ମ ସହିତ ଜଡିତ ଏକ ବଡ ଖବର ବି ସାମ୍ନାକୁ ଆସିଛି  । ବନ୍ଧୁତା ଉପରେ ଆଧାରିତ ଏହି ଫିଲ୍ମକୁ ସିନେମା ହଲ ବ୍ୟତୀତ ଓଟିଟି ପ୍ଲାଟ୍ଫର୍ମରେ ବି ରିଲିଜ କରାଯିବ  ।

ନିକଟରେ ରିଲିଜ ହୋଇଥିବା ତଥ୍ୟ ଅନୁଯାୟୀ ଏହି ଫିଲ୍ମ ଡିଜିଟାଲ ପ୍ଲାଟ୍ଫର୍ମ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମ କରାଯିବ । ଫିଲ୍ମ “ଜି ଲେ ଜରା”ରେ ଆଲିୟା ଭଟ୍ଟ, କ୍ୟାଟ୍ରିନା କେଫ ତଥା ପ୍ରିୟଙ୍କାଙ୍କ ଦ୍ୱାରା ଅଭିନୀତ ଏକ ମେଗା ପ୍ରୋଜେକ୍ଟ  । “ଦିଲ ଚାହତା ହେ” ଓ “ଜିନ୍ଦେଗି ନା ମିଲେଗି ଦୋବାରା” ପରେ ଏହି ଝିଅମାନେ ରୋଡ଼ଟ୍ରିପରେ ଯିବାନେଇ ନଜର ଆସିବେ  । ନିକଟରେ ଆମାଜନ ପ୍ରାଇମ ଭିଡିଓ ପକ୍ଷରୁ ଘୋଷଣା କରାଯାଇଛିକି ଫିଲ୍ମ “ଜି ଲେ ଜରା” ଥିଏଟରରେ ରିଲିଜ ହେବା ପରେ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ ହେବ । ଆସନ୍ତା ବର୍ଷ ଅର୍ଥାତ ୨୦୨୩ ରେ ଫିଲ୍ମ ରିଲିଜ ହେବା ନେଇ ଆଶା କରାଯାଉଛି  ।

ଅଭିନେତା ଫରହାନ ଅଖତାର ଆଲିୟା ଭଟ୍ଟ, ପ୍ରିୟଙ୍କା ଚୋପ୍ରା ତଥା କ୍ୟାଟ୍ରିନା କେଫଙ୍କ ସହ ଏହି ପ୍ରୋଜେକ୍ଟ ନେଇ ଘୋଷଣା କରିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ  । ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ” କଣ କେହି ଜଣେ ରୋଡ ଟ୍ରିପରେ କିଛି କହିଛନ୍ତି କି ? ଜଣେ ନିର୍ଦ୍ଦେଶକଙ୍କ ହିସାବରେ ନିଜ ଆଗାମୀ ଫିଲ୍ମ ନେଇ ଘୋଷଣା କରିବାକୁ ମୁଁ ଖୁବ ଉତ୍ସାହିତ ଅଛି । ଯେବେକି ଏହି ଫିଲ୍ମରେ “ଜିନ୍ଦେଗି ନା ମିଲେଗି ଦୋବାରା”ର ଷ୍ଟାର କାଷ୍ଟ ବି ନଜର ଆସିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.