ନିଜର ପିନ୍ଧା ଦୁର୍ଗନ୍ଧମୟ ମୋଜା ବିକ୍ରି କରି ମାଲାମାଲ୍‌ ଏହି ଯୁବକ; ହଳେ ମୋଜାକୁ ଲୋକେ କିଣୁଛନ୍ତି ୨୮୦୦ ଟଙ୍କାରେ…!

ନିଜର ପିନ୍ଧା ମୋଜା ଅନଲାଇନରେ ବିକ୍ରି କରୁଛନ୍ତି ଏହି ଯୁବକ। ଆଉ ଏଥିରୁ ମୋଟା ଅଙ୍କର ଅର୍ଥ ମଧ୍ୟ ସେ ରୋଜଗାର କରୁଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ଏକଦମ୍‌ ସତ। ଆସନ୍ତୁ ଜାଣିବା ଏହା ବିଷୟରେ…। ଏଠାରେ ଜଣେ ଯୁବକ ନିଜର ପିନ୍ଧା ମୋଜା ବିକ୍ରି କରି ପାଖାପାଖି ଦେଢ଼ ଲକ୍ଷ ଟଙ୍କା ମାସିକ ରୋଜଗାର କରୁଛନ୍ତି। ଯୁବକଙ୍କ ହଳେ ମୋଜା ୯୦୦ରୁ ୨୮୦୦ ଟଙ୍କା ଭିତରେ ବିକ୍ରି ହେଉଛି। ସେ ଗୋଟିଏ ସପ୍ତାହରେ ପାଖାପାଖି ୧୨ ହଳ ମୋଜା ଅନଲାଇନରେ ବିକ୍ରି କରୁଛନ୍ତି।

ଯୁବକଙ୍କ ନାମ ବିଲି ଜୋଏ ଗ୍ରେ, ଯିଏକି ଲଣ୍ଡନର ବାସିନ୍ଦା। ୨୫ ବର୍ଷୀୟ ବିଲି ନିଜ ଭାବୀ ସ୍ତ୍ରୀଙ୍କ ସହ ମିଶି ଏକ େଓ୍ଵବ୍‌ସାଇଟରେ ପେଜ୍‌ ଚଲାନ୍ତି। ରିପୋର୍ଟ ମୁତାବକ, ବିଲିଙ୍କୁ ଜଣେ ବ୍ୟକ୍ତି ପୁରୁଣା ମୋଜା କିଣିବା ବିଷୟରେ ଏହି େଓ୍ଵବ୍‌ସାଇଟ ମାଧ୍ୟମରେ ପଚାରିଥିଲେ। ଏହାପରେ ତାଙ୍କୁ ଆଇଡିଆ ଆସିଯାଇଥିଲା ଏବଂ ସେ ଧୀରେ ଧୀରେ ନିଜର ପୁରୁଣା ମୋଜା ବିକ୍ରି କରିବା ଆରମ୍ଭ କରିଥିଲେ। ରିପୋର୍ଟରେ କୁହାଯାଇଛି, ଏହି େଓ୍ଵବ୍‌ସାଇଟରେ ପ୍ରାୟତଃ ୟୁଜରମାନେ ଇନଫ୍ଲୁଏନ୍ସରଙ୍କ ଜିନିଷ କିଣିବାକୁ ଦାବି କରି ଥାଆନ୍ତି।

ସେପଟେ ବିଲିଙ୍କ ପରିବାର ଏବଂ ସାଙ୍ଗସାଥୀମାନେ ତାଙ୍କୁ ଏହି କାମରେ ପୂରା ସପୋର୍ଟ କରନ୍ତି। ବିଲି ମୋଜା ବିକ୍ରିକୁ ନେଇ ନିଜର ଏକ ଭିଡିଓ କ୍ଲିପ୍‌ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ଟିକ୍‌ଟକରେ ଏ ପର୍ଯ୍ୟନ୍ତ ୮୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ତେବେ ବିଲିଙ୍କର ଏଭଳି ଅଜବ କ୍ୟାରିୟର ପସନ୍ଦ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିଲିଙ୍କ କହିବା ଅନୁସାରେ, ସେ ମୋଜାକୁ ଜିପ୍‌ଲକ୍‌ ବ୍ୟାଗରେ ପ୍ୟାକ୍‌ କରି ପଠାଇ ଥାଆନ୍ତି। ପଠାଇବା ପୂର୍ବରୁ ମୋଜାଗୁଡ଼ିକୁ ସେ ଅନେକ ଦିନ ପର୍ଯ୍ୟନ୍ତ ପିନ୍ଧି ଥାଆନ୍ତି।

ବିଲି କୁହନ୍ତି, ଯେଉଁ େଓ୍ଵବ୍‌ସାଇଟରେ ସେ ପାଖାପାଖି ବର୍ଷେ ହେବ ଯୋଡ଼ି ହୋଇ ଅଛନ୍ତି, ସେଠି ଲୋକମାନେ ପ୍ରାୟତଃ କପଡ଼ା, ମୋଜା, ବକ୍ସର, ଜିମ୍‌ ଟପ୍‌ ଆଦି କିଣିବାକୁ ଦାବି କରନ୍ତି। କିଛି ଲୋକଙ୍କର ଏଥିରେ ରୁଚି ମଧ୍ୟ ରହିଛି। ତାଙ୍କୁ LGBTQ+ କମ୍ୟୁନିଟିରୁ ପୂରା ସପୋର୍ଟ ମିଳୁଛି। ସେମାନେ ତାଙ୍କର ଖାସ୍‌ ଦର୍ଶକ ବୋଲି ବିଲି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ସମସ୍ତେ ମୋ ପେଜ୍‌କୁ ଖୁବ୍‌ ସପୋର୍ଟ କରନ୍ତି। ସେ ନିଜେ ମଧ୍ୟ ସେହି ଲୋକଙ୍କ ପାଇଁ ଭିଡିଓ ପ୍ରସ୍ତୁତ କରନ୍ତି। ଏହା ବ୍ୟତୀତ କିଛି ଭିଡିଓକୁ LGBTQ+ କମ୍ୟୁନିଟି ଲୋକଙ୍କ ପାଇଁ ଟିକଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ସେୟାର କରନ୍ତି। ବିଲିଙ୍କ କହିବା ମୁତାବକ, ଆମେରିକାରେ ରହୁଥିବା କିଛି ଲୋକ ତାଙ୍କ ବ୍ୟବହୃତ ଅଣ୍ଡରେଓ୍ଵୟାର କିଣିଛନ୍ତି। ଏଠାକାର ଲୋକେ ନାଇକୀର ମୋଜା କିଣିବାକୁ ବେଶି ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.