Below header

ଅଲ୍ଲୁ ଅର୍ଜୁନ ୧୬ ଦିନ ପରେ ଘରକୁ ଫେରିବା ଦେଖି ଝିଅ ଆରା ଏମିତି କଲେ ସ୍ୱାଗତ, ଫଟୋ ଦେଖି ଆପଣ ନିଶ୍ଚିତ ହେବେ ଭାବୁକ

ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ବ୍ଲକବଷ୍ଟର ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ବଢିଯାଇଛି। ଦୁବାଇରେ ୧୬ ଦିନ ରହିବା ପରେ ଏବେ ଘରକୁ ଫେରିଛନ୍ତି ଅଲ୍ଲୁ ଅର୍ଜୁନ। ଆଉ ଅଲ୍ଲୁ ଅର୍ଜୁନ ଘରକୁ ଫେରିବା ନେଇ ଝିଅ ଆରା ଘରକୁ ଏମିତି ସ୍ୱାଗତ କରିଛନ୍ତି। ଯାହାକୁ ଅଲ୍ଲୁ  ଅର୍ଜୁନ ଇନଷ୍ଟାରେ ସେୟାର କରିଛନ୍ତି। ଆଉ ଏହି ଫଟୋକୁ ଦେଖିଲେ ଆପଣଙ୍କ ନିଶ୍ଚିତ ଭାବେ ଖୁସି ହୋଇଯିବେ।

ବାପାଙ୍କୁ ସ୍ୱାଗତ କରିବା ପାଇଁ ଝିଅ ଆରା ଫୁଲରେ ‘Welcome Nana’ ବୋଲି ଲେଖିଛନ୍ତି। ଯାହାକୁ ଦେଖିବା ପରେ ଅଲ୍ଲୁ ବେଶ୍‌ ଖୁସି ହୋଇଯାଇଛନ୍ତି। ଆଉ ଏହାର ଫଟୋ ଇନଷ୍ଟାରେ ସେୟାର କରିଛନ୍ତି। ଏହି ଫଟୋରେ ଝିଅ ଆରା ନାଇଟ ୱେୟାର ଠିଆ ହୋଇ ଫୁଲରେ ‘Welcome Nana ’ ବୋଲି ଲେଖିଛନ୍ତି। କିଛିଦିନ ତଳେ ଅଲ୍ଲୁ ଦୁବାଇରେ ଏନଜୟ କରୁଥିବାର ଫଟୋ ସେୟାର କରିଥିଲେ। କିନ୍ତୁ ଦୁବାଇ ସେ ଛୁଟିକାଟିବାକୁ କିମ୍ବା ଫିଲ୍ମ ସୁଟିଂ ପାଇଁ ଯାଇଥିଲେ, ତାହା ଜଣାପଡିନାହିଁ।

 

View this post on Instagram

 

A post shared by Allu Arjun (@alluarjunonline)

ସୂଚନାଯୋଗ୍ୟ, ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ରିଲିଜ ହେବା ପରେ ବକ୍ସ ଅଫିସରେ ଧମାଲ କରିଥିଲା। ଫିଲ୍ମଟି ସାଉଥ ଭାଷା ସହିତ ହିନ୍ଦୀ ଭାଷାରେ ମଧ୍ୟରିଲିଜ ହୋଇଥିଲା। ଫିଲ୍ମ ଏତେ ମାତ୍ରାରେ ହିଟ୍‌ ହୋଇଥିଲା ଯେ, ଫିଲ୍ମ ଷ୍ଟାରଙ୍କ ଠାରୁ କ୍ରିକେଟ ଷ୍ଟାର ପର୍ଯ୍ୟନ୍ତ ସମେସ୍ତ ଏହାର ଡାଇଲଗକୁ ନେଇ ରିଲ୍ସ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.