Below header

ବିଣ୍ଟା ନନ୍ଦାଙ୍କ ଦୁଷ୍କର୍ମ ମାମଲା ନେଇ ବଡ଼ ଖବର , ଆସନ୍ତାକାଲି ଆଲୋକ ନାଥଙ୍କ ଜାମିନ୍‌ ଅବେଦନ ଉପରେ ପ୍ରକାଶ ପାଇବ ରାୟ

ଗତ କିଛିଦିନ ହେବ #ମି ଠୁ ଅଭିଯାନ ଚାଲିଥିବା ବେଳେ ବଲିଉଡ୍‌ର ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଯୌନ ଅସଦାଚରଣ ବିଷୟରେ ଖୋଲାଖୋଲି ଭାବରେ ସମସ୍ତଙ୍କୁ ଜଣାଇଥିଲେ । ଏଥିରେ ସାମିଲ ଥିଲେ ଲେଖିକା ବିଣ୍ଟା ନନ୍ଦା । ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତା ଆଲୋକ ନାଥଙ୍କ ଉପରେ ସେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଖବରଟି ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଥିଲା ।

1bbପୂର୍ବରୁ ବିଣ୍ଟା ଆରୋପ ଲଗାଇବାର ପ୍ରାୟ ମାସେ ପରେ ମୁମ୍ବାଇ ପୁଲିସ ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲା । ଏହା ପରେ ବିଣ୍ଟାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ, ସେ ନେଇ ତାଙ୍କର ଡ଼ାକ୍ତରୀ ପରୀକ୍ଷା କରାଯିବ ବୋଲି ଖବର ମିଳିଥିଲା । ଏବେ ବିଣ୍ଟା ନନ୍ଦାଙ୍କ ଦୁଷ୍କର୍ମ ମାମଲାକୁ ନେଇ ଆଉ ଏକ ବଡ଼ ଖବର ମିଳିଛି । ଅଭିନେତା ଆଲୋକ ନାଥ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିବା ବେଳେ ମୁମ୍ବାଇର ସେସନ୍‌ କୋର୍ଟ ଡ଼ିସେମ୍ବର ୨୬ ପର‌୍ୟ୍ୟନ୍ତ ରାୟ ସଂରକ୍ଷିତ ରଖିଥିବା ଜଣାପଡ଼ିଛି । ଡ଼ିସେମ୍ବର ୨୬ରେ ଆଲୋକ ନାଥଙ୍କ ଅବେଦନ ଉପରେ ରାୟ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.