Below header

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ , ଏହି ଅବସରରେ ଦେଶର ଦୀର୍ଘତମ ରେଳ-ରୋଡ୍‌କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ(କେନ୍ୟୁଜ୍) : ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ସମାଧି ପୀଠରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ସମେତ ବହୁ କର୍ମୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ୧୯୨୪ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ବାଜପେୟୀ । ରାଜନୀତିରେ ସେ ଯେତିକି ଧୂରୀଣ ଥିଲେ କବିତା ଲେଖିବାରେ ସେତିକି ପାରଙ୍ଗମ ଥିଲେ । ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ଏହି ମହାନ ନେତାଙ୍କ ଦେହାନ୍ତ ହୋଇଥିଲା ।

bridgeପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଆଜି ଦେଶର ଦୀର୍ଘତମ ରେଳ-ରୋଡ୍‌କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସାମର ଦିବ୍ରୁଗଡ଼ରେ ପ୍ରଧାନମନ୍ତ୍ରୀ ୪.୯୪ କିଲୋମିଟର ଲମ୍ବର ଏହି ବ୍ରିଜ୍‌କୁ ଉଦ୍‌ଘାଟନ କରିବେ । ଏହି ବ୍ରିଜ୍‌ ଦ୍ୱାରା ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଦୂରତା କମିବ । ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇଛି ଦେଶର ଦୀର୍ଘତମ ରେଳ ଏବଂ ରୋଡ୍‌ ବ୍ରିଜ୍‌ । ଏହି ବ୍ରଜି ଉପରେ ଏକା ସଙ୍ଗେ ବସ୍‌ ଓ ଟ୍ରେନ୍‌ ଚାଲିବ । ବ୍ରିଜ୍‌ର ନିର୍ମାଣ ପାଇଁ ପାଖାପାଖି ୪ ହଜାର ୮୫୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଭୂକମ୍ପ ମଧ୍ୟ ଏହି ସେତର କୌଣସି କ୍ଷତି କରିପାରିବ ନାହିଁ । ୭. ୦ ତୀବ୍ରତାରେ ଭୂକମ୍ପ ଆସିଲେ ମଧ୍ୟ ଏହି ବ୍ରିଜ୍‌ର କୌଣସି କ୍ଷତି ହେବ ନାହିଁ । ଦେଶର ସୁରକ୍ଷା ପାଇଁ ଏହି ବ୍ରିଜ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ପାଖାପାଖି ୫୦ ଲକ୍ଷ ଲୋକଙ୍କ ପାଇଁ ଏହି ବ୍ରିଜ୍‌ ନୂଆ ରାସ୍ତା ଦେଖାଇବ । ଉପର ଆସାମରୁ ଅରୁଣାଚଳ ଯିବା ପାଇଁ ଏବେ କମ୍‌ ସମୟ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.