Below header

ଦିଲଜିତ ଦୋସାଞ୍ଜଙ୍କ ଫିଲ୍ମ ‘ଚମକିଲା’ର ଟିଜର ଆଉଟ୍‌, ଖୁବ୍‌ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ୍‌

ଦିଲଜିତ ଦୋସାଞ୍ଜଙ୍କ ଫିଲ୍ମ ‘ଚମକିଲା’ର ଟିଜର ଆଉଟ୍‌ ହୋଇଛି । ଟିଜରରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ସଂଗୀତକାର ଅମର ସିଂ ଚମକିଲାଙ୍କ ଚରିତ୍ରରେ ଦିଲଜିତ୍ ନଜର ଆସିଛନ୍ତି ।

ଦିଲଜିତ ଦୋସାଞ୍ଜ ଓ ପରିଣୀତି ଚୋପ୍ରାଙ୍କ ମୋଷ୍ଟ ଅପ୍‌ଡେଟ୍‌ ଫିଲ୍ମ ‘ଅମର ସିଂ ଚମକିଲା’ର ଟିଜର ରିଲିଜ୍‌ ହୋଇଛି । ଟିଜରରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ସଂଗୀତକାର ଅମର ସିଂ ଚମକିଲାଙ୍କ ଚରିତ୍ରରେ ଦିଲଜିତ୍ ନଜର ଆସିଛନ୍ତି । ତେବେ ଅମର ସିଂ ଚମକିଲା ପଞ୍ଜାବୀ ଇଣ୍ଡଷ୍ଟ୍ରୀର ବହୁତ ବଡ ଲୋକ, ଯାହାଙ୍କ ନାମ ସଂଗୀତ ଜଗତରେ ବହୁତ ଶୁଣିବାକୁ ମିଳିଥାଏ । ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କ ନାମ ଇଣ୍ଡଷ୍ଟ୍ରୀରେ ପ୍ରସିଦ୍ଧ ଥିଲା । ସେ ପଞ୍ଜାବର ହାଇଏଷ୍ଟ ପେଡ୍‌ ଆଟିଷ୍ଟ ଥିଲେ । ପଞ୍ଜାବର ଏହି ସୁପରଷ୍ଟାରଙ୍କ ଷ୍ଟୋରି ଏହି ଫିଲ୍ମରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍‌ ହେବ । ଏହି ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି ଇମତିଆଜ ଅଲି । ଫିଲ୍ମ ‘ଚମକିଲା’ ଏପ୍ରିଲ୍‌ ୧୨ରେ ନେଟଫ୍ଲିକ୍ସରେ ରିଲିଜ ହେବ । ଏହି ଟିଜରଟି ଇଷ୍ଟଗ୍ରାମ୍‌ ଆକାଉଣ୍ଟ netflix_inରେ ସେୟାର କରାଯାଇଛି । ଯାହାକୁ ଲୋକମାନେ ବହୁତ ଭଲ ପାଇବା ଦେଉଛନ୍ତି । ଏବେ ଦେଖିବାରେ ଅଛି ଏହି ରିୟଲ ଷ୍ଟୋରିଟି ଲୋକଙ୍କୁ କେତେ ପସନ୍ଦ ଆସୁଛି ।

ପଞ୍ଜାବରେ ଏପରି ସମୟ ଥିଲା ଯେତେବେଳେ ଅମର ସିଂ ଚମକିଲା ଲୋକଙ୍କ ମନରେ ରାଜ୍‌ କରୁଥିଲେ । ପଞ୍ଜାବର ଲୋକଙ୍କ ମଧ୍ୟରେ ତାଙ୍କର ଗୀତର ବହୁତ ଲୋକପ୍ରିୟ ଥିଲା । ଇଣ୍ଡଷ୍ଟ୍ରୀର ବଡ ଅଭିନେତାମାନେ ତାଙ୍କ ଷ୍ଟାରଡମ୍ ଯୋଗୁ ଭୟାଭୀତ ହେଉଥିଲେ । ସେ ‘ପହଲେ ଲଲକାରେ ନାଲ୍’, ଭକ୍ତି ଗୀତ ‘ବାବା ତେରା ନାନକାନା’ ପରି ଅନେକ ପ୍ରସିଦ୍ଧ ଗୀତ ରଚନା କରିଛନ୍ତି । ତେବେ ଫ୍ୟାନ୍ସମାନେ ସେହି ସମୟରେ ଏହି ଗୀତଗୁଡ଼ିକୁ ବହୁତ ଆଗ୍ରହ ସହିତ ଶୁଣୁଥିଲେ ।

ତେବେ ପଞ୍ଜାବୀ ଇଣ୍ଡଷ୍ଟ୍ରୀରେ ଏପରି ଏକ ସମୟ ଆସିଲା, ଯେତେବେଳେ କିଛି ଲୋକ ଅମର ସିଂ ଚମକିଲାଙ୍କୁ ଗୁଳିରେ ହତ୍ୟା କରିଥିଲେ । ଏହା ହେଉଛି ୧୯୮୮ର କାହାଣୀ ଯେତେବେଳେ ଅମର ସିଂ ତାଙ୍କ ପତ୍ନୀ ଅମରଜୋତିଙ୍କ ସହ ଷ୍ଟେଜ୍‌ ସୋ ପାଇଁ ଯାଉଥିଲେ । ସେହି ସମୟରେ ବାଇକ୍‌ରେ କିଛି ଲୋକ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ମଧ୍ୟ ପ୍ରାଣ ହରାଇଥିଲେ । ଏହି କଥାକୁ ବର୍ଷ ବର୍ଷ ବିତିଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଆଟାକ୍‌ କରିଥିବା ଲୋକମାନଙ୍କୁ ଧରା ଯାଇନାହିଁ । ତେବେ ପଞ୍ଜାବର କିଛି ଲୋକ କହିଛନ୍ତି ଯେ ଏହା ପଛରେ ଶିଖ ମାଓବାଦୀମାନେ ଥିଲେ ।

ଦିଲଜିତଙ୍କ କାମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ବଲିଉଡର ଅପ୍‌କମିଂ କମେଡି ଫିଲ୍ମ ‘କ୍ରୁ’ରେ ନଜର ଆସିବେ । ଏହି ଫିଲ୍ମରେ ସେ କରୀନା କପୁର ଖାନ, କ୍ରିତି ସାନନ ଏବଂ ତବୁଙ୍କ ସହ ଦେଖିବାକୁ ମିଳିବେ । ତେବେ ଏହି ଫିଲ୍ମ ମାର୍ଚ୍ଚ ୨୯ ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି ।

 

View this post on Instagram

 

A post shared by Netflix India (@netflix_in)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.