Below header

ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ବିଗ୍ ବି, ସ୍ପେଶାଲ ରୁମରେ ଚାଲିଛି ଚିକିତ୍ସା

ମୁମ୍ବାଇ: ହସସ୍ପିଟାଲରେ ବିଗ୍ ବି । ରୁଟିନ୍ ଚେକ୍ ଅପ୍ ପାଇଁ ମୁମ୍ବାଇସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅମିତାଭ୍ ବଚ୍ଚନ । ଗତ କିଛି ବର୍ଷ ହେବ ଫୁସଫୁସ୍ ଏବଂ ପେଟ ଜନିତ ସମସ୍ୟାରେ ପୀଡିତ ବଲିଉଡର ଶେହେନ୍ସା । ଯାହା ଫଳରେ ତାଙ୍କୁ ନିୟମିତ ବ୍ୟବଧାନରେ ଚେକ୍‌ଅପ୍ ପାଇଁ ଡାକ୍ତରଖାନା ଯିବାକୁ ପଡୁଛି । ମଙ୍ଗଳବାର ସକାଳ ପ୍ରାୟ ୩ ଟା ସମୟରେ ଅମିତାଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି । ହସ୍ପିଟାଲର ଏକ ସ୍ପେଶାଲ ରୁମରେ ତାଙ୍କୁ ରଖା ଯାଇଛି । ତେବେ ଅମିତାଭ୍ ହସ୍ପିଟାଲରେ ଥିବା ଖବରକୁ ଖୁବ୍ ସିକ୍ରେଟ୍ ରଖାଯାଇଛି । ଯେମିତି କେବଳ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ଦେଖାକରିବାକୁ ଯାଇପାରିବେନି ।

ଏହାସହ ପଢନ୍ତୁ:

ବିଗ୍ ବସ୍ ଘରୁ ବାହାରିବା ପରେ ଅଭିନେତ୍ରୀ କୋଏନା ମିତ୍ର ଆଣିଲେ ଏହି ଅଭିଯୋଗ, କହିଲେ ସଲମାନ୍ କରୁଛନ୍ତି ପାତରଅନ୍ତର

ତେବେ ରବିବାର ଦିନ ଡିସଚାର୍ଜ ହୋଇପାରନ୍ତି ବିଗ୍ ବି । ୧୯୮୨ ରେ ଆସିଥିବା ଫିଲ୍ମ କୁଲିର ସୁଟିଂ ସମୟରେ ଅମିତାଭଙ୍କୁ ଗଭୀର ଆଘାତ ଲାଗିଥିଲା । ତେବେ ଏହି ଘଟଣା ପରେ ବିଗ୍ ସିନା ବିପଦରୁ ବାହାରି ଯାଇଥିଲେ ହେଲେ ଏକ ରୋଗ ସାଥିରେ ଘରକୁ ନେଇଆସିଥିଲେ । କାରଣ ସେବେଠୋରୁ ବିଗ୍ ବି ସିରୋସିସ୍ ରୋଗରେ ପୀଡିତ । ଆଉ ରୁଟିନ୍ ଚେକ୍ ଅପ୍ ପାଇଁ ହସ୍ପିଟାଲ୍ ଯାଉଛନ୍ତି ଅମିତାଭ୍ ବଚ୍ଚନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.