Below header

ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସ ମାନଙ୍କୁ ଖାସ ଉପଦେଶ ଦେଲେ ବିଗ-ବି

ବିଗ -ବି ଅମିତାଭ ବଚ୍ଚନ ନିଜ ଦମଦାର ଅଭିନୟ ସମେତ ନିଜ ସୋସିଆଲ ମିଡ଼ିଆ ପୋଷ୍ଟ ଗୁଡିକ ପାଇଁ ବି ଖୁବ ଚର୍ଚ୍ଚାରେ ରୁହନ୍ତି । ନିକଟରେ ହିଁ ବିଗ ବିଙ୍କ ଏକ ଟ୍ୱିଟ ବି ଖୁବ ଭାଇରଲ ହେବାରେ ଲାଗିଛି । ଏଯାବତ ଏହି ଟ୍ୱିଟକୁ ହଜାରେ ରୁ ଅଧିକ ଜଣ ଲାଇକ ବି କରିସାରିଥିବା ଜଣାଯାଇଛି । ଏହାକୁ ନେଇ ଦେଶ ତଥା ଦେଶ ବାହାରୁ ଅନେକ ଗୁଡିଏ କମେଣ୍ଟ ବି ଆସୁଛି । ଆଉ ସବୁଠୁ ବିଶେଷ କଥା ହେଉଛି ଏହା ଜରିଆରେ ଅମିତାଭ ନିଜ ଫ୍ୟାନ୍ସ ମାନଙ୍କୁ ଏକ ଗୁରୁତ୍ତ୍ୱପୂର୍ଣ ଉପଦେଶ ବି ଦେଇଛନ୍ତି । ଅମିତାଭ ନିଜ ଏହି ପୋଷ୍ଟ ଜରିଆରେ କହିଛନ୍ତି କି ଯଦି ଆପଣଙ୍କ ଭଲ କାମରେ କେହି ଆପଣଙ୍କୁ ସମାଲୋଚନା କି ସନ୍ଦେହ କରୁଛି ତ ତାକୁ କରିବାକୁ ଦିଅନ୍ତୁ ।

big b

କାରଣ ସନ୍ଦେହ ସବୁବେଳେ ସୁନା ପରି ଧାତୁର ଶୁଦ୍ଧତାକୁ ନେଇ ହିଁ କରାଯାଏ, କୋଇଲାର କଳାକୁ ନୁହେଁ । ବିଗ ବି ଙ୍କର ଏହି ଟ୍ୱିଟର କ୍ରମିକ ସଂଖ୍ୟା -୩୪୩୯ । ଏହା ପୂର୍ବରୁ ବି ନିଜେ ବିଗ-ବି ଏକ ପୋଷ୍ଟ କରିଥିଲେ । ଅମିତାଭ ନିଜ ଏକ ଟ୍ୱିଟରେ ଲେଖିଥିଲେ କି ‘ଆଜିକା ସମୟରେ ପାଦ ଛୁଇଁ ମୁଣ୍ଡିଆ ମାରିବା ହିଁ କେବଳ ସମ୍ମାନ ଦେବା ନୁହେଁ’ । ଏବେକା ସମୟରେ ନିଜ ମୋବାଇଲକୁ ଏକ ପାଖରେ ରଖିଦେବା ବି ସମ୍ମାନ ଜଣାଇବା ସହ ସମାନ । କହି ରଖିବା ଉଚିତ କି ‘ବିଗ ବି’ଙ୍କ ୪ଟି ଫିଲ୍ମ ଏବେ ରିଲିଜ ଅପେକ୍ଷାରେ ଅଛି ।

ତାଙ୍କ ଅଭିନୀତ ଚେହେରେ, ବ୍ରହ୍ମସ୍ତ୍ର, ଝୁଣ୍ଡ ଓ ଗୁଲାବୋ ସୀତାବୋ ଖୁବ ଶୀଘ୍ର ପରଦା ଉପରକୁ ଆସିବ । ଏହି ସିନେମା ଗୁଡିକରେ ବିଗ ବିଙ୍କ ଦମଦାର ଅଭିନୟକୁ ଦର୍ଶକ ଯେମିତି ଚାତକ ପକ୍ଷୀ ପରି ଚାହିଁ ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.