ପୁଲଓ୍ଵାମା ଆକ୍ରମଣରେ ସହିଦ ଯବାନ୍ଙ୍କ ପୁଅ ହେଲେ ‘କ୍ରିକେଟର’, ସେହଓ୍ଵାଗ ସେୟାର କଲେ ଭାବବିହ୍ଵଳ ଫଟୋ
୨୦୧୯ ଫେବ୍ରୁଆରୀ ୧୪ ତାରିଖ ଦିନ ଭାରତ ଇତିହାସରେ ଘଟିଥିଲା ଏକ ଅତ୍ୟନ୍ତ ଦୁଃଖଦ ଘଟଣା ।ଏହି ଦିନକୁ ‘କଳା ଦିବସ’ ଭାବେ ସାରା ଦେଶ ପାଳନ କରିଛି। ଗତ ବର୍ଷ ଏହି ଦିନରେ ଦେଶର ସୁରକ୍ଷାକର୍ମୀ ସହିଦ ହୋଇଥିଲେ। କଶ୍ମୀରର ପୁଲଓ୍ଵାମାରେ ଜୈସ-ଏ-ମହମ୍ମଦ ଆଦଙ୍କବାଦୀ ସଂଗଠନର ସଦସ୍ୟମାନେ ଭୟଙ୍କର ବିସ୍ଫୋରଣ ଘଟାଇଥିଲେ । ଫଳରେ ସିଆରପିଏଫ ଜବାନଙ୍କ ବସ୍ଟି ବିସ୍ଫୋରଣରେ ଉଡ଼ି ଯାଇଥିଲା । ଯେଉଁଥିରେ ୩୯ ଜଣ ଯବାନ ସହିଦ ହୋଇଥିଲେ ଏବଂ ଅନେକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଟ୍ଵିଟରରେ କ୍ରିକେଟର ବୀରେନ୍ଦ୍ର ସେହଓ୍ଵାଗ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ଦୁଇ ଜଣ ଯବାନଙ୍କ ପୁଅଙ୍କୁ ସେହଓ୍ଵାଗ ମାଗଣାରେ ପାଠ ପଢ଼ାଉଛନ୍ତି । ଏମିତିକି ସେମାନଙ୍କର ଭରଣପୋଷଣ ମଧ୍ୟ କରୁଛନ୍ତି। ସେହଓ୍ଵାଗ ଇଣ୍ଟରନ୍ୟାସନାଲ ବୋର୍ଡିଂ ସ୍କୁଲରେ ସେମାନେ ପଢୁଛନ୍ତି । ସେହଓ୍ଵାଗ ୟୁପିର ଇଟାଓ୍ଵା ନିବାସୀ ସହିଦ ଯବାନ୍ ରାମଓକିଲଙ୍କ ପୁଅ ଅର୍ପିତ ଏବଂ ଝାଡଖଣ୍ଡ ରାଞ୍ଚି ନିବାସୀ ସହିଦ ଯବାନ ବିଜୟଙ୍କ ପୁଅ ରାହୁଲଙ୍କ ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ଦେଖିଲେ ଆପଣଙ୍କ ମନ ଛୁଇଁଯିବ।