Below header

ଏହି ପିଲାର ଆକ୍ଟିଙ୍ଗ ଦେଖି ଅମିତାଭ ବଚ୍ଚନ କହିଲେ ବାଃ କ୍ୟା ବାତ ହେ, ଦେଖନ୍ତୁ ଭିଡିଓ

ହିନ୍ଦୀ ସିନେମାର ବାଦଶାହା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି । ନିକଟରେ ସେ ଏକ ଛୋଟ ପିଲାର ଭିଡିଓ ସେୟାର କରିଛନ୍ତି ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଏହି ଭିଡିଓକୁ ସେୟାର କରିବା ସହ ଅମିତାଭ ବଚ୍ଚନ ଲେଖିଛନ୍ତି ‘ବାଃ କ୍ୟା ବାତ ହେ” । ଏହି ଭିଡିଓରେ ଗୋଟେ ଛୋଟ ପିଲା ଏକ ପଂଜାବୀ ଗୀତରେ ଲିପ୍ସିଙ୍ଗ କରିବା ସହିତ ଦମଦାର ଆକ୍ଟିଙ୍ଗ କରୁଥିବାର ମଧ୍ୟ ନଜର ଆସିଛନ୍ତି ।

ବିଗବିଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । କେବଳ ସେତିକି ନୁହେଁ ଏହା ଉପରେ ୟୁଜର୍ସ ମାନେ କମେଣ୍ଟ ଉପରେ କମେଣ୍ଟ ଦେବାରେ ଲାଗିଛନ୍ତି । ଆଜିକାଲି ବିଗବି ଟେଲିଭିଜନର ପ୍ରମୁଖ ଶୋ “କନ ବନେଗା କରୋଡ଼ପତି” ହୋଷ୍ଟ କରୁଛନ୍ତି । ଏହା ବ୍ୟତୀତ ସେ ଅତିଶୀଘ୍ର ‘ଗୁଲାବୋ ସୀତାବୋ’, ‘ଝଣ୍ଡ’ ଏବଂ ‘ଚେହେରା ଔର ବ୍ରହ୍ମାସ୍ତ୍ର’ ଭଳି ଫିଲ୍ମରେ ନଜର ଆସିବେ ।

ଏହାସହ ପଢନ୍ତୁ ଦୁନିଆର ସବୁଠାରୁ ସୁନ୍ଦର ଗାର୍ଲ ଯାହାର ସାରା ବିଶ୍ଵ ଦିୱାନା କିନ୍ତୁ ବୟସ ମାତ୍ର ଚାରି ବର୍ଷ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.