ଅଭିଷେକଙ୍କର ଏହି ୧୫ ବର୍ଷର ପୁରୁଣା ଭିଡିଓ ଦେଖିଲେ ଆଜି ବି ଅମିତାଭଙ୍କ ଆଖିରେ ଆସିଯାଏ ଲୁହ

ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ଆଜିର ଡେଟରେ ଅଭିନେତାମାନଙ୍କ ମଧ୍ୟରେ ବହୁତ ଆଗରେ। ସେଣିକି ଫଲୋଓର୍ସଙ୍କ ସଂଖ୍ୟା ହେଉ କିମ୍ବା ଟ୍ବିଟରରେ ଆକ୍ଟିଭ ରହିବା କଥା ହେଉ। ଅନେକ ଥର ଅମିତାଭ ବଚ୍ଚନଙ୍କୁ ତାଙ୍କ ଫ୍ୟାନ ମାନେ ପୁରୁଣା ଭିଡିଓ ଟ୍ୟାଗ୍ କରି ସେୟାର କରନ୍ତି। ସେହି ପୁରୁଣା ଭିଡିଓକୁ ଦେଖି ସେ ଇମୋସନାଲ ମଧ୍ୟ ହୋଇଯାନ୍ତି। ଏବେ ପୁଣି ଥରେ ଏମିତି ହୋଇଛି ଯାହାକୁ ଦେଖି ସେ ଖୁସିରେ କାନ୍ଦି ପକାଇଛନ୍ତି।

ଅଭିତାଭଙ୍କର ଜଣେ ଫ୍ୟାନ ୨୦୦୪ ମସିହାର ଏକ ଭିଡିଓ ସେୟାର କରିଛନ୍ତି। ଫିଲ୍ମଫେୟାର ବେଷ୍ଟ ସପୋର୍ଟିଂ ଆକ୍ଟର ଆୱାର୍ଡ ଅଭିଷେକ ବଚ୍ଚନଙ୍କୁ ଦିଆଯାଇଥିଲା ଏବଂ ଯେତେବେଳେ ଅଭିଷେକଙ୍କ ନାମ ଘୋଷଣା କରାଗଲା ତେବେ ସେ ସଙ୍ଗେ ସଙ୍ଗେ ଉଠି ପାଖରେ ବସିଥିବା ତାଙ୍କ ବାପାଙ୍କୁ ଆଲିଙ୍ଗନ କରି ମା’ ଜୟାଙ୍କର ପ୍ରଣାମ ନେଇଥିଲେ।

bachchansଷ୍ଟେଜରେ ଆୱାର୍ଡ ଆଣିବା ପାଇଁ ଅଭିଷେକ ଜବରଦସ୍ତ ତାଙ୍କ ବାପାଙ୍କୁ ସାଥିରେ ନେଇଥିଲେ। ସେହି ସମୟରେ ଅଭିତାଭ ଷ୍ଟେଜକୁ ଯିବାକୁ ମନା କରିଥିଲେ କିନ୍ତୁ ଅଭିଷେକଙ୍କ ଜିଦ୍ଦି ଆଗରେ ତାଙ୍କୁ ଯିବାକୁ ପଡିଲା। ଅଭିଷେକ ଆୱାର୍ଡ ନେବା ସମୟରେ କହିଲେ ଯେ ‘ମୁଁ ଏହି ଆୱାର୍ଡ ନେବା ପାଇଁ ଯୋଗ୍ୟ ନୁହେଁ କାରଣ ମୋତେ ଲାଗୁଛି ଯେ ଅମିତାଭଙ୍କ ବ୍ୟତୀତ ଭଲ ଅଭିନୟ କେହି ବି କରିପାରିବେ ନାହିଁ। ଏଥିପାଇଁ ‘ପା’ ଏହି ଆୱାର୍ଡ ଆପଣ ନେବେ।’

ଏହାପରେ ଅମିତାଭ ବଚ୍ଚନ କହିଲେ ଯେ ‘ଭାରତୀୟ ପରିବାରରେ ବାପାଙ୍କ ପରେ ଏହା ପୁଅ ପାଖକୁ ଯାଇଥାଏ।’ ଫ୍ୟାନ ଭିଡିଓକୁ ସେୟାର କରିବା ପରେ ଅମିତାଭ କ୍ୟାପସନରେ ଲେଖିଛନ୍ତି ‘ତୁମେ ପୁଣି ଥରେ ଆଖିରେ ଲୁହ ଆଣିଦେଲ। ଧନ୍ୟବାଦ ଏହି ଭିଡିଓ ପାଇଁ।’

Leave A Reply

Your email address will not be published.