Below header

ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨ର ପ୍ରଥମ ଫଟୋ ରିଲିଜ୍‌

ଚନ୍ଦ୍ରଯାନ-୨ର ପ୍ରଥମ ଫଟୋ ରିଲିଜ୍‌ ହୋଇଛି । ଇସ୍ରୋ ପକ୍ଷରୁ ଏହି ଫଟୋ ରିଲିଜ୍‌ କରାଯାଇଛି । ଆସନ୍ତା ୧୫ ତାରିଖରେ ଚନ୍ଦ୍ରଯାନ-୨କୁ ଉତ୍‌କ୍ଷେପଣ କରାଯିବ । ଭୋର ୨ଟା ୫୧ରେ ଚନ୍ଦ୍ରଯାନ-୨କୁ ଉତ୍‌କ୍ଷେପଣ କରାଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଏହାର ଗୋଟିଏ ସପ୍ତାହ ପୂର୍ବରୁ ପ୍ରଥମ ଫଟୋ ରିଲିଜ୍‌ କରାଯାଇଛି । ଚନ୍ଦ୍ରଯାନ-୨କୁ ମହାକାଶକୁ ନେଇ ଯିବ GSLV MK-III  ରକେଟ୍‌ ।

ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ ଇସ୍ରୋର ଚନ୍ଦ୍ରଯାନ-୨। ଚନ୍ଦ୍ରଯାନ-୨ର ଓଜନ ୩୮୦ କ୍ୱିଣ୍ଟାଲ୍‌ । ଏଥିରେ ରହିଛି ତିନିଟି ମଡ୍ୟୁଲ୍‌ ଅର୍ବିଟର, ଲ୍ୟାଣ୍ଡର ଓ ରୋବର୍‌ । କକ୍ଷପଥରେ ପହଞ୍ଚିବା ପରେ ତିନିଟି ଯାକ ଯାନ ରକେଟଠାରୁ ଅଲଗା ହେବେ । ୧୬ ଦିନ ଭିତରେ ଚନ୍ଦ୍ରଯାନ-୨ ପୃଥିବୀ ଚାରିପଟେ ପାଞ୍ଚ ଥର କକ୍ଷପଥ ପରିବର୍ତ୍ତନ କରିବ । ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ-୨ । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଅର୍ବିଟରରୁ ଅଲଗା ହେବ ଲ୍ୟାଣ୍ଡର । ଚନ୍ଦ୍ରର କକ୍ଷପଥରେ ପହଞ୍ଚିବା ପରେ ସେଠାରେ ରୋଭରକୁ ଅବସ୍ଥାପିତ କରିବ ଲ୍ୟାଣ୍ଡର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.