Below header

ପ୍ରଭାସଙ୍କ ଫିଲ୍ମରେ ନଜର ଆସିବେ ଅମିତାଭ ବଚ୍ଚନ, ଖୁସି ହୋଇ ଅଭିନେତା ଜାରି କଲେ ଏମିତି ଭିଡିଓ

ଅମିତାଭ ବଚ୍ଚନଙ୍କ ସହିତ କାମ କରିବା ପାଇଁ କିଏ ବା ନଚାହେଁ। ବଲିଉଡ ଇଣ୍ଡଷ୍ଟ୍ରୀର ସବୁ ବଡ ଷ୍ଟାର ଅମିତାଭ ବଚ୍ଚନଙ୍କ ସହିତ କାମ କରିବାକୁ ଚାହାନ୍ତି। ଏବେ ଏହି ସ୍ୱପ୍ନ ପ୍ରଭାସର ପୂରଣ ହେବାକୁ ଯାଉଛି। ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ଫିଲ୍ମରେ ପ୍ରଭାସ ଏବଂ ଦୀପିକାଙ୍କ ସହିତ ନଜର ଆସିବେ ମହାନାୟକ ଅମିତାଭ ବଚ୍ଚନ।

ନାଗ ଅଶ୍ୱିନୀଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମରେ ଅମିତାଭ ବଚ୍ଚନ କାମ କରିବେ। ଏହାକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି ପ୍ରଭାସ। ଏହି ଭିଡିଓରେ ପ୍ରଭାସ ନିଜର ସ୍ୱପ୍ନ ପୂରଣ ହୋଇଥିବା କଥା କହିଛନ୍ତି। ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ ସ୍କ୍ରିନ ସେୟାର କରିବାକୁ ନେଇବହୁତ ଉତ୍ସାହିତ ରହିଛନ୍ତି। ନମସ୍କାର ବିଗ୍‌ ବି।


ଅମିତାଭ ଙ୍କ ପାଖରେ ଏବେ ଅନେକ ପ୍ରୋଜେକ୍ଟ ରହିଛି। ଅମିତାଭ ଆୟନ ମୁଖାର୍ଜୀଙ୍କ ସୁପରନ୍ୟାଚୁରାଲ ଥ୍ରୀଲର ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ମୌନୀ ରାୟ ନଜର ଆସିବେ। ଏହି ଫିଲ୍ମ ଛଡା ନାଗରାଜ ମଞ୍ଜୁଲେଙ୍କ ସହିତ ଫିଲ୍ମ ଝୁଣ୍ଡରେ ମଧ୍ୟରେ କାମ କରିବେ ଅମିତାଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.