ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା, ଆସନ୍ତା ୧୩ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

କଟକ: ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ସାନି ସତ୍ୟପାଠ ଦାଖଲ କଲେ ପୋଲିସ କମିଶନର। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଜବାବ ଦାଖଲ କରାଯାଇଛି। ୧୨ ତାରିଖ ସୁଦ୍ଧା ପ୍ରତିଜବାବ ଦାଖଲ କରିବେ ଆବେଦନକାରୀ। ଆସନ୍ତା ୧୩ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସମସ୍ତ ପୂଜା ମଣ୍ଡପ ୪ଫୁଟ ମଧ୍ୟରେ ମୂର୍ତ୍ତି କରିବାକୁ ପୋଲିସ କମିଶନର ଗତ ୧୭ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଗତ ୩୦ ତାରିଖରେ ହାଇକୋର୍ଟରେ ଏ ସଂକ୍ରାନ୍ତରେ ଶୁଣାଣି ହୋଇଥିଲା। ବାଲୁବଜାର ପୂଜା କମିଟି ସମେତ ଅନ୍ୟ ୩ଟି ପୂଜା କମିଟି ପୋଲିସ କମିଶନରଙ୍କ ୪ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.