Below header

ଋଷିକୁଲ୍ୟା ନଦୀରେ ଭାସିଯାଉଥିବାବେଳେ ବାଳକକୁ ଉଦ୍ଧାର କଲେ ଏହି ସାହାସୀ ମହିଳା

ସୋରଡା: ରଖେ ହରି ତ ମାରେ କିଏ । ଏଭଳି ଏକ ଘଟଣା ଘଟିଛି ସୋରଡା ଋଷିକୁଲ୍ୟା ନଦୀରେ । ପ୍ରତିଦିନ ଅଧିକାଂଶ ମହିଳା ପୁରୁଷଙ୍କ ସହ ପିଲାମାନେ ମଧ୍ୟ ନଦୀରେ ଗାଧୋଇଥାନ୍ତି। ନଦୀର କୂଳରେ ଧୋବାଘର ମହିଳା ମାନେ ଲୁଗା ସଫା ମଧ୍ଯ କରିଥାନ୍ତି । ହଠାତ୍ ଗତକାଲି ଜିତେନ୍ଦ୍ର ମହାନ୍ତିଙ୍କ ପୁଅ ଶ୍ରୀକାନ୍ତ ସାଙ୍ଗ ମାନଙ୍କ ସହିତ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ତାଙ୍କ ସାଙ୍ଗମାନେ ନଦୀ ମଧ୍ୟ ଭାଗକୁ ଯାଇ ପହଁରୁଥିବାବେଳେ, ଶ୍ରୀକାନ୍ତ କୂଳରେ ବସି ଗାଧୋଇଥିଲେ । କିନ୍ତୁ ସାଙ୍ଗ ମାନେ ବାଧ୍ୟ କରି ଡାକିବାରୁ ଶ୍ରୀକାନ୍ତ ନଦୀ ଭିତରକୁ ଚାଲିଯାଇଥିଲେ।

ତେବେ ତାଙ୍କ ଗୋଡ ନ ପାଇବାରୁ ସେ ଗଣ୍ଡମଧ୍ୟକୁ ଚାଲିଯିବା ସହ ଭାସିଯାଇଥିଲେ। ସେହି ସମୟରେ ଶ୍ରୀକାନ୍ତଙ୍କ ଚିତ୍କାର ଶୁଣି ନିକଟରେ ଧୋବା ଘରର ମହିଳା ବର୍ଷା ଷେଠୀ ଲୁଗା ସଫା କରୁଥିବା ବେଳେ ନଦୀକୁ ଡେଈ ପହଁରୀ ପହଁରୀ ଯାଇ ଉକ୍ତ ବାଳକକୁ ଉଦ୍ଧାର କରିଥିଲେ । ନଦୀ ଭିତରେ ମହିଳା ଜଣକ ଅଧ ଘଣ୍ଟାଏ ସଙ୍ଘର୍ଷ କରି ପାଞ୍ଚଶହ ମିଟର ପହଁରୀ କୂଳରେ ଲାଗିଥିଲେ । ମହିଳାଙ୍କ ଏହି ସାହସ ପାଇଁ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.