Below header

ବାପା ନାମଲେଖା ଫି ନଦେଇ ପାରିବାରୁ କିଟନାଶକ ପିଇ ଆତ୍ମହତ୍ଯା କଲେ ଛାତ୍ର

କଳାହାଣ୍ଡି: ବାପା ନାମଲେଖା ଫି ନ ଦେଇ ପାରିବାରୁ ଆତ୍ମହତ୍ଯା ଭଳି କଠୋର ନିଷ୍ପତି ନେଲା ପୁଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନାକରୁଣ୍ଡି ପଂଚାୟତ କେଲୁଆ ଗାଁରେ । ଗାଁର ସଞ୍ଜୟ ମାଝୀ କିଟନାଶକ ପିଇ ପ୍ରଥମେ ଗୁରୁତର ହୋଇଯିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା ।

ତେବେ ଅବସ୍ଥାରେ ଅତି ଗୁରୁତର ହେବାରୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମାଟ୍ରିକ୍ ପରୀକ୍ଷାରେ ଉତିର୍ଣ୍ଣ କରିଥିଲେ ମଧ୍ଯ ଉଚ୍ଚ ଶିକ୍ଷା ପାଇଁ ତାଙ୍କର ନାମଲେଖା ହୋଇ ପାରିନଥିଲା । ଯାହାଫଳରେ ସେ ମାନସିକ ଭାରସାମ୍ଯ ହରାଇ ଏପରି ଆତ୍ମହତ୍ଯା କରିଥିବା ତାଙ୍କ ବାପା ଶ୍ଯାମ ମାଝୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.