ଛତିଶଗଡ଼ ରାୟଗଡ଼ର ବହୁ ଚର୍ଚ୍ଚିତ ମା’ ଓ ଝିଅ ଡବଲ ମର୍ଡରକୁ ନେଇ ନିର୍ମାଣ ହେବ ଓଡ଼ିଆ ଫିଲ୍ମ

ଛତିଶଗଡ଼ ରାୟଗଡ଼ର ବହୁ ଚର୍ଚ୍ଚିତ ମା’ ଓ ଝିଅ ଡବଲ ମର୍ଡରକୁ ନେଇ ନିର୍ମାଣ ହେବ ଓଡ଼ିଆ ଫିଲ୍ମ । ଫିଲ୍ମର ଟାଇଟଲ ରହିଛି ‘ମାୟାବିନୀ’-ଏକ କଳ୍ପନା । ସିନେମାର ପ୍ରଯୋଜକ ଅଛନ୍ତି ଶ୍ରୀଧର ମାର୍ଥା । ଏଥିରେ ବଲିଉଡ ଓ ଟଲିଉଡର କିଛି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ।

ପାଟଣାଗଡ଼ ପରେ ଏବେ ରାୟଗଡ଼ । ଛତିଶଗଡ଼ ରାୟଗଡ଼ରେ ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣାକୁ ନେଇ ନିର୍ମାଣ ହେବ ଓଡ଼ିଆ ସିନେମା । ଟାଇଟଲ ‘ମାୟାବିନୀ’ । ଆଜି ଆସିଲା ଫିଲ୍ମର ପୋଷ୍ଟର । ପ୍ରେମ, ପ୍ରତାରଣା ଓ ଜଘନ୍ୟ ହତ୍ୟାକାଣ୍ଡ ଉପରେ ଆଧାରିତ ମାୟାବିନୀର କାହାଣୀ । ରାୟଗ଼ଡ଼ ମା’ ଓ ଝିଅ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ପୋଲିସ ଗିରଫ କରିଛି । ୨୦୧୬ର ଏହି ହତ୍ୟା ଘଟଣା ଆଗକୁ ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମ ମାୟାବିନୀର ପ୍ରଯୋଜକ ଅଛନ୍ତି ଶ୍ରୀଧର ମାର୍ଥା ।

ସିନେମାରେ ବଲିଉଡ ଓ ଟଲିଉଡର କିଛି କଳାକାର ଅଭିନୟ କରିବେ । ମିଳିଥିବା ସୂଚନା ଅନୁସାରେ ବଲିଉଡ ଅଭିନେତ୍ରୀ ତବୁ ଓ ବରିଷ୍ଠ ଅଭିନେତା ପ୍ରକାଶ ରାଜ ଏହି ସିନେମାର ମୁଖ୍ୟ ଭୂମିକାର ଅଭିନୟ କରିବେ । ପୂର୍ବରୁ ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ନିର୍ମାଣ ହୋଇଥିଲା ଓଡ଼ିଆ ସିନେମା । ଯାହାର ପ୍ରଯୋଜକ ଥିଲେ ଶ୍ରୀଧର ମାର୍ଥା । ଏହି ଫିଲ୍ମ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ବହୁ ବିବାଦରେ ଛନ୍ଦି ହୋଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.