Below header

ଅନନ୍ୟା ପାଣ୍ଡେ ଏବଂ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ‘Liger’ର ଫାଷ୍ଟ ଲୁକ୍‌ ଆଉଟ୍‌

କରନ ଜୋହରଙ୍କ ଫିଲ୍ମ ‘ଲାଇଗର’ ଫାଷ୍ଟ ଲୁକ୍‌ ଜାରି ହୋଇଛି। ବିଜୟ ଦେବରକୋଣ୍ଡାଙ୍କ ଅଭିନୀତ ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ପ୍ରଥମ ଝଲକ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି। ଏହି ଫିଲ୍ମରେ ବିଜୟ ଦମଦାର ଭୂମିକାରେ ନଜର ଆସିଛନ୍ତି। ତାଙ୍କ ଆକ୍ସନ ଏବଂ ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ଲୋକ ଟାଙ୍କୁରୀ ଯାଇଛି।

ଫିଲ୍ମ ‘ଲାଇଗର’ରେ ବକ୍ସିଂ ଚାମ୍ପିଅନ ମାଇକ ଟାଇସନ ପ୍ରମୁଖ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଟିମ୍‌ ମେମ୍ବର ଲାସ ଭେଗାସରେ ଫିଲ୍ମରେ ସୁଟିଂ କରିଥିଲେ। ଯାହାର ଫଟୋ ବିଜୟ ଏବଂ ଅନନ୍ୟା ସୋସିଆଲ ମିଡିଆରେ ସେୟାର କରିଥିଲେ। ଯେଉଁଥିରେ ସେ ସମସ୍ତଙ୍କ ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି। ମାଇକ୍‌ ଟାଇସନ ପ୍ରଥମ ଥର ପାଇଁ ବଲିଉଡ ଫିଲ୍ମରେ ନଜର ଆସିବେ। ସେଥିପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଛନ୍ତି। ରିପୋର୍ଟ ମୁତାବକ, ରିଙ୍ଗରେ ବିଜୟ ଏବଂ ମାଇକ୍‌ ଯୁଦ୍ଧ କରୁଥିବା ନଜର ଆସିବେ। ପ୍ରଥମ ଥର ଏହି ଦୁଇଜଣ ବଲିଉଡ ଫିଲ୍ମରେ ନଜର ଆସିବେ।

 

View this post on Instagram

 

A post shared by Karan Johar (@karanjohar)

ଲାଇଗର ଫିଲ୍ମକୁ ପୁରୀ ଜଗନ୍ନାଥ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ବିଜୟ ଦେବରକୋଣ୍ଡା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛି। ଫିଲ୍ମରେ ମାର୍ଶଲ ଆର୍ଟ କରୁଥିବା ଭୂମିକାରେ ନଜର ଆସିବେ ବିଜୟ। ଫିଲ୍ମରେ ତାଙ୍କ ସହିତ ବିଶୁ ରେଡୀ, ଅଲ୍ଲୀ, ମକରନ୍ଦ ଦେଶ ପାଣ୍ଡେ ପ୍ରମୁଖ ନଜର ଆସିବେ। ପ୍ୟାନ ଇଣ୍ଡିଆ ଫିଲ୍ମ, ଯାହା ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଏବଂ କନ୍ନଡ ଭାଷାରେ ରିଲିଜ ହେବ। ଫିଲ୍ମକୁ କରନ ଜୋହର ପ୍ରଡ୍ୟୁସ କରୁଛନ୍ତି।

ଖବର ମୁତାବକ, ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ୨୫ ଅଗଷ୍ଟ ୨୦୨୨ରେ ରିଲିଜ ହେବ। ଫିଲ୍ମର ପ୍ରଥମ ଝଲକ ୩୧ ଡିସେମ୍ବରରେ ଫ୍ୟାନ୍ସଙ୍କୁ ଦେଖିବାକୁ ମିଳିବ। ଏହାର ପୋଷ୍ଟରରେ ଲେଖାଯାଇଛି ଏହି ‘ନ୍ୟୁ ଇଅର’ରେ ନିଆଁ ଲଗାଇଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.