ରାଜଧାନୀରେ ଏକ ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀରେ ଏକ ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ପହଁଞ୍ଚି ତଦନ୍ତ କରୁଛି। ଛାତ୍ରୀଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ।
ଛାତ୍ରୀଙ୍କ ମୋବାଇଲ ଫୋନ୍କୁ ମଧ୍ୟ ଜବତ କରିଛି ପୋଲିସ। ହଷ୍ଟେଲରେ ଥିବା ଅନ୍ୟ ପିଲାମାନଙ୍କୁ ପଚରାଉଚରା କରୁଛି ପୋଲିସ। ମୃତକ ଘରୋଇ କଲେଜର ଏମ୍ବିଏ ଦ୍ୱିତୀୟ ବର୍ଷର ଛାତ୍ରୀ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।