୪ ବର୍ଷ ପରେ ଟିଭି ଜଗତକୁ କମ୍ ବ୍ୟାକ୍ କରୁଛନ୍ତି ବିଦାୟୀ ଫେମ୍ ଅଙ୍ଗଦ ହସିଜା, ଏହି ସିରିୟଲରେ ଆସିବେ ନଜର

ପୁଣିଥରେ ଅଭିନୟ ଦୁନିଆକୁ ଓହ୍ଲାଉଛନ୍ତି ଟିଭି ଜଗତର ଲୋକପ୍ରିୟ ସିରିୟଲ ‘ବିଦାୟୀ’ ଆକ୍ଟର ଅଙ୍ଗଦ ହସିଜା। ଦୀର୍ଘ ଦିନର ଅପେକ୍ଷା ପରେ ପୁଣିଥରେ ଟେଲିଭିଜନରେ ଧମକେଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅଙ୍ଗଦ। ଲୋକପ୍ରିୟ ଟିଭି ଶୋ’ ‘ସପନା ବାବୁଲ କା… ବିଦାୟୀ’ ରେ ଅଙ୍ଗଦ ଆଲେକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଲମ୍ବା ବ୍ରେକ୍ ପରେ ଏବେ ପୁଣିଥରେ ନିଜ ଆକ୍ଟିଂ ଜଲୱା ଦେଖିବାକୁ ପ୍ରସ୍ତୁତ ହେଉଛନ୍ତି ଏହି ୟଙ୍ଗ ଷ୍ଟାର।

ବିଦାୟୀରେ ଦମଦାର ଅଭିନୟ କରିବା ପରେ ଅଙ୍ଗଦ କ୍ୟୁ କି ଶାଶ୍ ଭି କଭି ବୋହୂ ଥି, ୟେ ରିସ୍ତା କ୍ୟା କେହେଲାତା ହୈ ଓ ଫୁଲବା ଆଦି ସିରିୟଲରେ ମଧ୍ୟ ନଜର ଆସିଥିଲେ। କିନ୍ତୁ ସବୁଠୁ ଅଧିକ ଲୋକପ୍ରିୟତା ତାଙ୍କୁ ବିଦାୟୀରେ ଆଲେକ ଚରିତ୍ର ପାଇଁ ମିଳିଥିଲା।

 

View this post on Instagram

 

A post shared by Angad Hasija (@angadhasija)

ତେବେ ବର୍ତ୍ତମାନ ଅଙ୍ଗଦ ‘ଜିଦି ଦିଲ ମାନେ ନା’ ଡେଲି ସପ୍ ଜରିଆରେ ପୁଣିଥରେ ଇଣ୍ଡଷ୍ଟ୍ରୀକୁ କମ୍ ବ୍ୟାକ କରୁଛନ୍ତି। ଏହି ସିରିୟଲରେ ଅଙ୍ଗଦ ଜଣେ ଗାଁର ଗାଉଁଲି ଯୁବକ ଭୂମିକାରେ ଅଭିନୟ କରିବେ। ଏହି ଭୂମିକା ପାଇଁ ତାଙ୍କ ଲୁକ ଏକଦମ୍ ରଫ୍ ଆଣ୍ଡ ଟଫ୍ ରହିଛି।

ଅଙ୍ଗଦଙ୍କ କହିବାନୁସାରେ, ସେ ଫୁଲବା ସିରିୟଲରେ ଏଭଳି ଭୂମିକାରେ ଅଭିନୟ କରିଥିଲେ। ସେ ଦୀର୍ଘ ଦିନ ହେଲାଣି ଏଭଳି ଚରିତ୍ର ସନ୍ଧାନରେ ଥିଲେ। ଏବେ ତାଙ୍କୁ ମନ ମୁତାବକ ଚରିତ୍ର ମିଳିଛି। ତାଙ୍କୁ ଯେତେବେଳେ ଏହି ଚରିତ୍ର ପାଇଁ ଅଫର ମିଳିଲା ଡେ ତୁରନ୍ତ ଏଥି ପାଇଁ ହଁ ଭରିଥିଲେ ବୋଲି କହିଛନ୍ତି।

 

View this post on Instagram

 

A post shared by Angad Hasija (@angadhasija)

ସୂଚନାଯୋଗ୍ୟ ଯେ ଅଙ୍ଗଦ ହସିଜା ଆକ୍ଟିଂ ବ୍ୟତୀତ ନିଜ ଫିଟନେସ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏଥିପାଇଁ ସେ ଅଧିକ ସମୟ ଜିମ୍ ରେ ଅତିବାହିତ କରିଥାନ୍ତି। ଫିଟ୍ ରହିବାକୁ ସେ ପସନ୍ଦ କରନ୍ତି। ତାଙ୍କ କହିବାନୁସାରେ ଜଣେ ଫିଟ୍ ରହିଲେ ହିଁ ସବୁ କିଛି କରିପାରିବ। ଲକଡାଉନ ବେଳେ ସବୁ ଜିମ୍ ବନ୍ଦ ଥିଲା। ଏଣୁ ଏହି ସମୟରେ ସେ ଫିଟ୍ ରହିବାକୁ ନିଜ ଘରେ ହିଁ ଜିମ୍ ତିଆରି କରିଦେଇଥିଲେ ବୋଲି କହିଛନ୍ତି ଅଙ୍ଗଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.