ହୋମ କ୍ୱାରେଣ୍ଟାଇନରେ ରହି ବିରୁଷ୍କା ଆପଣାଇଲେ ଏହି ଉପାୟ, ଯାହା ଦେଖିଲେ ଆପଣ ହୋଇଯିବେ ତାଜୁବ୍‌

ଆପଣ କଥାଟି ଶୁଣି ହୁଏତ ଆଶ୍ଚର୍ଯ୍ୟ ହେଉଥିବେ। ଅନୁଷ୍କାଙ୍କୁ କ’ଣ ଅଭାବ ପଡିଲା ଯେ, ଏ ସମୟରେ ସେଲୁନ ଖୋଲିଲେ। କିନ୍ତୁ କଥାଟି ସଂପୂର୍ଣ୍ଣ ଭିନ୍ନ। ଦିନକୁ ଦିନ କରୋନା କାୟା ଭାରତରେ ବଢି ବଢି ଚାଲିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ଭାରତକୁ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ କରିଛନ୍ତି। ଏହି ଲକ୍‌ଡାଉନ ଯୋଗୁଁ ସବୁକିଛି ବନ୍ଦ ପଡିଛି। ଦୋକାନ, ବଜାର, ମଲ୍‌, ରେଷ୍ଟୁରାଣ୍ଟ, ସେଲୁନ୍‌ ଇତ୍ୟାଦି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିଛି। ଏଭଳି ସମୟରେ ବଲିଉଡ ସେଲିବ୍ରିଟି ଠାରୁ ଆରମ୍ଭ କରି ଖେଳାଳୀ ସମସ୍ତେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି। ଏହି ସମୟରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ମଧ୍ୟ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି। ଘରେ ରହିବା ସମୟରେ ଏପରି ଏକ ଭିଡିଓ ଅନୁଷ୍କା ସେୟାର କରିଛନ୍ତି, ଯାହା ଆପଣ ଦେଖିଲେ ଅନୁଷ୍କାଙ୍କ ଠାରୁ ଆଇଡିଆ ତ ନିଶ୍ଚିତ ନେବେ।

ଏହି ଭିଡିଓକୁ ଅନୁଷ୍କା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ ଅନୁଷ୍କା ଘରେ ଥିବା କଇଁଚିରେ ବିରାଟଙ୍କ ଚୁଟି କାଟୁଥିବା ନଜର ଆସିଛନ୍ତି। ଲକ୍‌ଡାଉନ ଯୋଗୁଁ ସେଲୁନ ବନ୍ଦ ଥିବାରୁ ଅନୁଷ୍କା ଏପରି ଉପାୟ ଆପଣାଇଛନ୍ତି। ଅନୁଷ୍କାଙ୍କ ଏପରି କାମରେ ବିରାଟ ମଧ୍ୟ ବେଶ୍‌ ଖୁସି ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.