Below header

ଆମେରିକାରେ ମହାମାରୀ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା

୧-ଆମେରିକାରେ ମହାମାରୀ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା । ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ଙ୍କ ୨ ଟ୍ରିଲିୟନ୍‌ ଡଲାର ଅନୁଦାନ ଘୋଷଣା ।

୨-ଭାରତର କେରଳରେ ଜଣେ ୬୯ ବର୍ଷ ବୟସ୍କ ବୃଦ୍ଧଙ୍କର କରୋନାରେ ମୃତ୍ୟୁ । ସେ ଦୁବାଇରୁ ଆସିବା ପରେ ଗତ ୨୨ ତାରିଖରେ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଆଇନ୍‌ ଅନୁଯାୟୀ ତାଙ୍କର ଶେଷକୃତ୍ୟ କରାଯିବ । ଯେଉଁଥିରେ କେବଳ ୧୦ ଜଣ ଲୋକ ରହି ପାରିବେ ।

୩-କରୋନା ଲକ୍‌ଡାଉନ୍‌ ଯୋଗୁଁ ଓଲା ଡ୍ରାଇଭର୍‌ଙ୍କ ହାତ ବନ୍ଦ ହୋଇଯାଇଛି । ତେଣୁ ଏହାର ପ୍ରତିଷ୍ଠାତା ଭବିଷ ଅଗ୍ରଓ୍ଵାଲ ଆରମ୍ଭ କରିଛନ୍ତି ‘ଡ୍ରାଇଭ୍‌ ଦ ଡ୍ରାଇଭର୍‌’ କାର୍ଯ୍ୟକ୍ରମ । ଏହି ଫଣ୍ଡରେ ସେ ଗୋଟିଏ ବର୍ଷର ଦରମା ଦାନ କରିବା ସହ ଓଲା କର୍ମଚାରୀଙ୍କୁ ମଧ୍ୟ ଦାନ ଦେବାକୁ କହିଛନ୍ତି । ସେହି ଅର୍ଥ ରୋଜଗାର ନଥିବା ଡ୍ରାଇଭର୍‌ଙ୍କୁ ଦିଆଯିବ ।

OLA

୪-ଲକ୍‌ଡାଉନ୍‌ ଯୋଗୁଁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅନେକାଂଶରେ କମି ଯାଇଛି । ଏଠାକାର ପାଗ ଓ ପରିବେଶରେ ମଧ୍ୟ ପରିବର୍ତ୍ତନ ଆସିଛି । ଏଠାରେ ଯାନବାହନ ଚଳାଚଳ କରୁନଥିବାରୁ ଏଭଳି ହୋଇଛି । ସେପଟେ ବନ୍ଦ ରହିଥିବା ଟ୍ରେନ୍‌ର ଖାଲି ଡବାଗୁଡ଼ିକୁ ଦିଲ୍ଲୀ ସରକାର ଆଇସୋଲେସନ୍‌ ଓ୍ଵାର୍ଡ଼ ଭାବେ ବ୍ୟବହାର କରାଯାଉଛି । କରୋନା ସିନ୍ଦିଗ୍ଧମାନଙ୍କୁ ଏହି ଟ୍ରେନ୍‌ ଡବାରେ ରଖା ଯାଉଛି ।

RAIL୫-ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମା ଅନ୍ତର୍ଗତ ଗାଜିପୁର ଠାରେ ଗତକାଲି ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । କରୋନା ଲକ୍‌ଡାଉନ୍‌ କଟକଣା ସତ୍ତ୍ୱେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଆସି ଲୋକେ ସେଠାରେ ଏକାଠି ହୋଇଥିଲେ । ସେଠାରୁ ସେମାନେ ନିଜ ନିଜ ଜନ୍ମମାଟିକୁ ଫେରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ୍‌ ସେମାନଙ୍କ ଅଟକାଇଥିଲା ।

GAZIPUR

୬-ବାହାରୁ ଆସି କାମ କରୁଥିବା ଶ୍ରମିକମାନଙ୍କୁ ତାଙ୍କ ଘରକୁ ପଠାଇବା ପାଇଁ ଉତ୍ତର ପ୍ରଦେଶ ସରକାର ୨୪ଟି ବସ୍‌ ଯୋଗାଇ ଦେଇଛନ୍ତି । ଲକ୍‌ଡାଉନ୍‌ ସତ୍ତ୍ୱେ ଏହି ବସ୍‌ଗୁଡ଼ିକରେ ଶ୍ରମିକମାନଙ୍କୁ ବିଭିନ୍ନ ସ୍ଥାନକୁ ପଠା ଯାଇଛି ।

UP୭-ଦକ୍ଷିଣ କୋରିଆରେ ଆଉ ୧୪୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୪୭୮ରେ ପହଞ୍ଚିଛି ।

୮-ମୁମ୍ବାଇର ମହିମ ଅଞ୍ଚଳରେ ୫ ହଜାର ହ୍ୟାଣ୍ଡ ସାନିଟାଇଜର ବୋତଲ ଲୁଚାଇ ରଖିବା ଅଭିଯୋଗରେ ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିଛି । ଏହାର ମୂଲ୍ୟ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ହେବ ।

୯-ବିଭିନ୍ନ ରାଜ୍ୟରେ ରହୁଥିବା ଶ୍ରମିକ ଏବଂ ଛାତ୍ର ଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି । ଲକ୍‌ଡାଉନ୍‌ ବେଳେ ଯେଭଳି ସେମାନଙ୍କର କୌଣସି ସମସ୍ୟା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସଂପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୧୦-କରୋନା ଡର ବେଳେ ବିହାରରେ ବାର୍ଡ ଫ୍ଲୁ । ତେଣୁ ବିହାର ସରକାରଙ୍କ ପକ୍ଷରୁ ଆଜି ପାଟନାରେ ଶହ ଶହ କୁକୁଡ଼ାଙ୍କୁ ମରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.