Below header

ଭାରତୀୟ ବୈଜ୍ଞାନିକଙ୍କୁ ମିଳିଲା ବଡ ସଫଳତା, ପ୍ରଥମଥର ମାଇକ୍ରୋସ୍କୋପରେ କଏଦ ହେଲା କରୋନା ଭାଇରସର ଫଟୋ, ଏବେ ନୂଆ ଆଶାରେ ବୈଜ୍ଞାନିକ

ସାରା ଦୁନିଆରେ ଏବେ କରୋନା ପାଇଁ ଆତଙ୍କ ଦେଖିବାକୁ ମିଳିଛି । ଏହି ମହାମାରୀ ଯୋଗୁଁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ତେବେ ଏହା ମଧ୍ୟରେ ଭାରତର ବୈଜ୍ଞାନିକମାନେ ଏକ ବଡ ସଫଳତା ହାସଲ କରିଛନ୍ତି । ପ୍ରଥମଥର ପାଇଁ ବୈଜ୍ଞାନିକ ମାନେ କରୋନା ଭାଇରସର ମାଇକ୍ରୋସ୍କୋପ ଦ୍ଵାରା ନିଆଯାଇଥିବା ଫଟୋ ଜାରି କରିଛନ୍ତି । କୁହାଯାଉଛି ଯେ ଏହି ଫଟୋ ବୈଜ୍ଞାନିକମାନଙ୍କୁ ଆଗକୁ ରିସର୍ଚ୍ଚ କରିବାରେ ସାହାଯ୍ୟ କରିବ । ଏହାସହିତ ଭାରତରେ କରୋନା ଭାଇରସର ଚିକିତ୍ସା ପାଇଁ ଏହା ଭ୍ୟାକ୍ସିନ ବନାଇବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

ସୂଚନା ଅନୁଯାୟୀ ଭାରତରେ ପ୍ରଥମ କରୋନା ମାମଲା ଜାନୁଆରୀ ୩୦ ତାରିଖରେ କେରଳରୁ ଆସିଥିଲା । ବୈଜ୍ଞାନିକମାନେ ଏହି ମାରାତ୍ମକ ଭାଇରସ୍ କବଳରେ ଆସିଥିବା ଦେଶର ପ୍ରଥମ ବ୍ୟକ୍ତିର ଗଳାରୁ କରୋନା ଭାଇରସର ସାମ୍ପଲ ନେଇଥିଲେ । ତେବେ ପ୍ରଥମେ ଏହାକୁ ଇଣ୍ଡିଆନ୍ ଜର୍ଣ୍ଣାଲ ଅଫ ମେଡିକାଲ ରିସର୍ଚ୍ଚ (IJMR) ରେ ବିସ୍ତାର ଭାବେ ପ୍ରକାଶ କରାଯାଇଥିଲା ।

କରୋନା ଭାଇରସର ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ତମାମ ଦେଶରେ ଚାଲିଥିବା କରୋନା ଚିକିତ୍ସାର ରିସର୍ଚ୍ଚରେ ଭାଗନେବ ବୋଲି ICMR (Indian Council of Medical Research) ର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.