କରୋନା ଭାଇରସର ନକଲି ଔଷଧ ବିକ୍ରି କରୁଥିଲେ ଆଇରନ ମ୍ୟାନ 2ର ଏହି ଆକ୍ଟର, ଗୁଇନ୍ଦା ଅପରେସନ କରି ଧରିଲା FBI

କରୋନା ଭାଇରସ ହଜାର ହଜାର ଲୋକଙ୍କ ଜୀବନ ନେଇସାରିଲାଣି । ସାରା ବିଶ୍ୱର ବୈଜ୍ଞାନିକମାନେ ଏହି ଘାତକ ଭାଇରସର ଔଷଧ ଖୋଜୁଛନ୍ତି। ଏହାରି ଭିତରେ ହଲିଉଡ଼ ଆକ୍ଟର କିଥ ଲରେନ୍ସ ମିଡିଲବ୍ରୁକ କରୋନାର ନକଲି ଔଷଧ ବିକ୍ରି କରି ଗିରଫ ହୋଇଛନ୍ତି । କିଥ ହିଟ ଆକ୍ସନ ଫିଲ୍ମ ଆଇରନ ମ୍ୟାନ 2ରେ ନଜର ଆସିଥିଲେ ।

ମିଡ଼ିଆ ରିପୋର୍ଟ ମୁତାବକ, Quantum Prevention CV Inc ନାମକ କମ୍ପାନୀ ପାଇଁ କିଥ ବେଆଇନ ଭାବେ ନିବେଶକଙ୍କୁ ଯୋଡୁଥିଲେ । ଏ ନେଇ ଅଭିଯୋଗ ପରେ 25 ମାର୍ଚ୍ଚରେ ଲସ ଏଞ୍ଜେଲେସରେ FBI ଗୁଇନ୍ଦା ଅପରେସନ କରି କିଥଙ୍କୁ ଗିରଫ କରିଥିଲା । FBI ଜଣେ ଗୁଇନ୍ଦା ଏଜେଣ୍ଟଙ୍କୁ ନିବେଶକ ରୂପରେ କିଥଙ୍କ ପାଖକୁ ପଠାଇଥିଲା ଏବଂ ଔଷଧ ପ୍ୟାକେଟ ସହିତ ଧରିବାରେ ସକ୍ଷମ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.