Below header

ଖୁସି ଖବର: କରୋନା ଭାଇରସ ଟୀକା ବାହାର କରିଥିବା ନେଇ ଦାବି କଲେ ବେଙ୍ଗାଲୁରୁ ଡାକ୍ତର

ପୂରା ବିଶ୍ୱରେ ନିଜ କାୟା ବିସ୍ତାର କରି ସାରିଥିବା କରୋନା ଭାଇରସ ଆମ ଦେଶ ଭାରତକୁ ବି ନିଜ ଅକ୍ତିଆରକୁ ନେଇ ସାରିଲାଣି । ଗତ ୨୪ ଘଣ୍ଟା ଭିତରେ ସଂକ୍ରମଣର ୧୧୪ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୮ ଜଣଙ୍କ ମୃତ୍ୟୁ ବି ହୋଇସାରିଲାଣି । ପୃଥିବୀର ବିଭିନ୍ନ ପ୍ରାନ୍ତର ବୈଜ୍ଞାନିକ ମାନେ ଏହି ରୋଗର ଟୀକା ବା ଭ୍ୟାକସିନ ବାହାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏଭିତରେ ବେଙ୍ଗାଳୁରୁ ସ୍ଥିତ ଜଣେ ଡାକ୍ତର କରୋନା ଚିକିତ୍ସା ଖୋଜି ବାହାର କରିଥିବା ନେଇ ଦାବି କରିଛନ୍ତି ।

ବେଙ୍ଗାଳୁରୁ ସ୍ଥିତ ଅଙ୍କୋଲୋଜିଷ୍ଟ ବିଶାଳ ଦେବ ହିଁ ଏହି ଦାବି କରିଥିବା ଜଣାଯାଇଛି । ଚଳିତ ସପ୍ତାହ ଶେଷ ସୁଦ୍ଧା ତାଙ୍କ ପ୍ରସ୍ତୁତ ଔଷଧ ପରୀକ୍ଷଣ ପାଇଁ ରେଡି ହୋଇଯିବ ବୋଲି ଦୃଢତାର ସହ ସେ କହିଛନ୍ତି । ଡାକ୍ତରଙ୍କ ଅନୁଯାୟୀ ଏହି ଉପଚାର ବ୍ୟକ୍ତିଙ୍କ ଶରୀରର ରୋଗ ପ୍ରତିରୋଧି ଶକ୍ତି ବଢାଇବ । ଏହା ପ୍ରକୃତରେ କିନ୍ତୁ କରୋନା ଭାଇରସର ଭ୍ୟାକସିନ ନୁହେଁ, ରୋଗୀଙ୍କ ଶରୀରର ଇମ୍ୟୁନିଟି ଶକ୍ତି ବଢ଼ିବାରେ ହିଁ ଏହା ବିଶେଷ ଭୂମିକା ଗ୍ରହଣ କରିବ ।

bengaluru doctor

ଯାହା ଫଳରେ ରୋଗୀଙ୍କ ଶରୀର କରୋନା ପରି ମାରାତ୍ମକ ଭୁତାଣୁ ସହ ଲଢ଼ିବାରେ ସଫଳ ହୋଇପାରିବ । ଡାକ୍ତରଙ୍କ ଅନୁଯାୟୀ ଏହି ଉପଚାର ବା ଔଷଧର ଅତିଶୀଘ୍ର ସମୀକ୍ଷା ପାଇଁ ଆମେ ସରକାରଙ୍କ ନିକଟକୁ ଏକ ଆବେଦନ ପତ୍ର ଲେଖିଛୁ । ସରକାରଙ୍କ ଅନୁମତି ମିଳିବା ପରେ ହିଁ ଏହାକୁ ଅତିଶୀଘ୍ର ରୋଗୀଙ୍କ ଶରୀରରେ ପ୍ରୟୋଗ କରାଯିବ ବୋଲି ଡ଼. ବିଶାଳ ମତ ରଖିଛନ୍ତି ।

ବେଙ୍ଗାଳୁରୁ ସ୍ଥିତ ଏହି ଡାକ୍ତରଙ୍କ ଅନୁଯାୟୀ ମାନବ ଶରୀରର କୋଷିକା ଗୁଡିକ ଭାଇରସକୁ ମାରିବା ପାଇଁ ବିଭିନ୍ନ ପ୍ରକାର ଇନ୍ତରଫରେନ୍ସ କେମିକାଲ ମାନ ଛାଡ଼ିଥାଆନ୍ତି | ଭୁତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ମଣିଷର ଇମ୍ୟୁନୋ ସିଷ୍ଟମ ଦୁର୍ବଳ ହୋଇପଡେ । କୋଭିଡ-୧୯ ସହ ଲଢ଼ିବା ପାଇଁ ଇଣ୍ଟେରଫରେନ୍ସ ହିଁ ସଫଳତାର ସହ କାମ କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.