ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି, ଖୁବ୍‌ ଶୀଘ୍ର ଶୁଣାଇ ପାରନ୍ତି ଖୁସି ଖବର !

ଅନୁଷ୍କା ଖୁବ୍‌ ଶୀଘ୍ର ଘରକୁ ଏକ ନୂଆ ଅତିଥିଙ୍କୁ ସ୍ୱାଗତ କରିପାରନ୍ତିି । ସୋସିଆଲ ମିଡିଆରେ ଏହାର ଜୋରସୋର ଚର୍ଚ୍ଚା ଚାଲିଛି ।

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ହୋଇପାରନ୍ତି ମା’ । ସୂଚନା ମୁତାବକ, ଅନୁଷ୍କା ପୁଣି ଗର୍ଭବତୀ ଅଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି । ସେ ଖୁବ୍‌ ଶୀଘ୍ର ଘରକୁ ଜଣେ ନୂଆ ଅତିଥିଙ୍କୁ ସ୍ୱାଗତ କରିପାରନ୍ତିି । ସୋସିଆଲ ମିଡିଆରେ ଏହାର ଜୋରସୋର ଚର୍ଚ୍ଚା ଚାଲିଛି ।

ଏହା ମଧ୍ୟ ସୂଚନା ମିଳିଛି ଯେ ଅନୁଷ୍କାଙ୍କ ମା’ ହେବା କଥା ସତ ଏବଂ ଦୁଇ ମାସ ହେବ ସେ ଗର୍ଭବତୀ ଅଛନ୍ତି । ଅନୁଷ୍କା ବହୁତ ଶୀଘ୍ର ତାଙ୍କ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଜଣାଇ ପାରନ୍ତି । ଏହା ମଧ୍ୟ କୁହାଯାଉଛି ଯେ ସେ ଗର୍ଭବତୀ ଥିବା ଯୋଗୁ ଲାଇମ୍‌ଲାଇଟ୍‌ରୁ ଦୂରେଇ ରହୁଛନ୍ତି ।

କିଛି ଗଣମାଧ୍ୟମ ସୁତ୍ର ଅନୁଯାୟୀ, ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଯୋଗୁ ବିରାଟ କୋହଲିଙ୍କ କ୍ରିକେଟ୍‌ ଟୁରକୁ ମଧ୍ୟ ଯାଇନଥିଲେ । ବିରାଟ ଓ ଅନୁଷ୍କାଙ୍କୁ ମୁମ୍ବାଇର ଏକ ହସ୍ସପିଟାଲ ବାହାରେ ଦେଖିବା ପାଇଁ ମିଳିଛିି । ତେବେ ଦୁଇ ଜଣ ଷ୍ଟାର ଖୁବ୍‌ ଶୀଘ୍ର ଏହି ଖୁସି ଖବର ଘୋଷଣା କରିବେ ବୋଲି କୁହାଯାଉଛି ।

ବହୁତ ଦିନ ହେବ ସୋସିଆଲ ମିଡିଆରେ ଅନୁଷ୍କା ଗର୍ଭବତୀ ଅଛନ୍ତି ବୋଲି ଚର୍ଚ୍ଚା ଚାଲିଛି । ପ୍ରଥମ ଥର ପାଇଁ ଏହି ଖବର ଅଗଷ୍ଟରେ ଶୁଣିବା ପାଇଁ ମିଳିଥିଲା । ଏବେ ଏହି ଖବର ସିନେ ଜଗତରେ ଚର୍ଚ୍ଚା ଜୋର ଧରିଛି ।

ବିରାଟ ଓ ଅନୁଷ୍କାଙ୍କ ଫ୍ୟାନ୍ସ ଏହି ଖୁସି ଖବର ଶୁଣିବା ପାଇଁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଅନୁଷ୍କା ଏହି ଖୁସି ଟିକେ ବିଳମ୍ବରେ ଫ୍ୟାନ୍ସଙ୍କୁ ଜଣାଇପାରନ୍ତି । ଅନୁଷ୍କା ଓ ବିରାଟ ପ୍ରାୟତଃ କିଛି ନା କିଛି କଥାକୁ ନେଇ ଲାଇମ୍‌ଲାଇଟ୍‌କୁ ଆସିଥାନ୍ତି । ଏବେ ପୁଣି ଦୁଇ ଷ୍ଟାର ଏହି ଖବରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.