ଅଡ଼ି କାରରେ ଶାଗ ବିକୁଛନ୍ତି ଏହି ବ୍ରାଣ୍ଡେଡ୍ ଚାଷୀ, ଭିଡିଓ ଦେଖିଲେ ଆଖି ହୋଇଯିବ ଟେରା

ଆପଣମାନେ ପ୍ରାୟତଃ ଦେଖିଥିବେ ଯେ ବେପାରିମାନେ ଟ୍ରାକ୍ଟର କିମ୍ବା ଛୋଟ ଗାଡିରେ ପରିବା ବିକ୍ରି କରିବା ପାଇଁ ଆସନ୍ତିି । ହେଲେ କେବେ ଦେଖିଛନ୍ତି କି ଶାଗ ବିକ୍ରି କରିବା ପାଇଁ ବେପାରିକୁ ଅଡି ଏ୪ ଗାଡିରେ ଆସିବାର ? ତେବେ ଦେଖନ୍ତୁ ଏହି ଭାଇରାଲ ଭିଡିଓ ।

କେରଳ: ଆପଣମାନେ ପନିପରିବା କିଣିବାକୁ ବଜାର ତ ଯାଉଥିବେ? ହେଲେ କେବେ ଦେଖିଛନ୍ତି କି ଶାଗ ବିକ୍ରି କରିବା ପାଇଁ ବେପାରିକୁ ଅଡ଼ି A4 ଗାଡିରେ ଆସିବାର ? ଆପଣମାନେ ପ୍ରାୟତଃ ଦେଖିଥିବେ ଯେ ବେପାରୀମାନେ ଟ୍ରାକ୍ଟର କିମ୍ବା ଛୋଟ ଗାଡ଼ିରେ ପରିବା ବିକ୍ରି କରିବା ପାଇଁ ଆସନ୍ତିି । ହେଲେ ଏବେ ସମୟ ବଦଳି ଗଲାଣି, ସେଥିପାଇଁ ଲୋକମାନେ ରୋଜଗାର କରିବା ସହ ନିଜ ସୌକ୍ ମଧ୍ୟ ପୂରା କରୁଛନ୍ତି । ତେବେ କେରଳରୁ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିବା ପରେ ଯ କେହିବି ତାଜୁବ ହୋଇଯିବେ।  କେରଳର ସୁଜି ନାମକ ଜଣେ ବ୍ୟକ୍ତି ଅଡ଼ି A4 କାରରେ ଶାଗ ବିକ୍ରି କରିବା ପାଇଁ ଆସୁଛନ୍ତି ।

ସୁଜି ଆଧୁନିକ ଢଙ୍ଗରେ ଚାଷ କରି ଜୀବନରେ ସଫଳତା ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ଅନ୍ୟ ଲୋକଙ୍କ ପାଇଁ ଏକ ବଡ ଉଦାହରଣ ହୋଇଛି । ସୁଜି ତାଙ୍କ ଅଞ୍ଚଳରେ ବହୁତ ଚର୍ଚ୍ଚିତ ଲୋକ ଏବଂ ସେ ସୋସିଆଲ ମିଡିଆରେ ଚାଷ  ସମ୍ବନ୍ଧୀୟ ଫଟୋ ଓ ଭିଡିଓ ସେୟାର କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ତେବେ ଏହି ଭାଇରାଲ ଭିଡିଓରେ ଦେଖିପାରିବେ ସୁଜି କିପରି ଭାବେ ଅଡ଼ିରେ ଆସି ଶାଗ ବିକ୍ରି କରୁଛନ୍ତି । ଲୋକମାନେ ତାଙ୍କ ଠାରୁ ପରିବା କିଣିବା ସହ ସେଲଫି ମଧ୍ୟ ନେଇଛନ୍ତି । ସୁଜି କହିଛନ୍ତି ଯେ ତାଙ୍କ ଭଳି ଅନେକ ଯୁବକ ଅଛନ୍ତି । ଯେଉଁମାନେ କର୍ପୋରେଟରେ କାମ ଛାଡି ଚାଷ ପ୍ରତି ଧ୍ୟାନ ଦେଉଛନ୍ତି ଏବଂ ସେଥିରେ ସଫଳତା ମଧ୍ୟ ହାସଲ କରୁଛନ୍ତି । ତେବେ ସୁଜି ଯେଉଁ ଅଡ଼ି A4 କାରରେ ଶାଗ ବିକ୍ରି କରିବା ପାଇଁ ଆସନ୍ତି ତାହାର ମୂଲ୍ୟ ୪୪ ଲକ୍ଷ ରୁ ୫୨ ଲକ୍ଷ ଟଙ୍କା ହେବ । ସୁଜିଙ୍କ ଏହି ନିଆର ଅନ୍ଦାଜର ଶାଗ ବିକ୍ରି ଦେଖି ସତରେ ଆଖି ଟେରା ହୋଇଯିବନି  ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.