Below header

ଲିପଷ୍ଟିକ ଓ ବବକଟ ମହିଳାଙ୍କ ପାଇଁ ଏବେ ପାର୍ଲାମେଣ୍ଟ ଆସିବା ଅଧିକ ସହଜ ହେବ, ମହିଳା ସଂରକ୍ଷଣ ବିଲ ନେଇ ଏପରି କହିଲେ ଆରଜେଡି ନେତା

ନିକଟରେ ଆରଜେଡି ନେତା ଅବଦୁଲ ବାରୀ ସିଦ୍ଦିକ ପରିହାସ କରି କହିଛନ୍ତି ଯେ ମିହଳା ସଂରକ୍ଷଣ ବିଲ ଯୋଗୁ ପାର୍ଲାମେଣ୍ଟ ଏବେ କସମେଟିକ ଓ ବ୍ୟୁଟି ପ୍ରଡକ୍ଟସରେ ପୂର୍ଣ୍ଣ ହୋଇଯିବ ।

ମହିଳା ସଂରକ୍ଷଣ ବିଲକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗତକାଲି ଏହି ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଛି । ମିହଳା ସଂରକ୍ଷଣ ବିଲକୁ ବିରୋଧୀମାନେ ସମର୍ଥନ କରିଥିଲେ ମଧ୍ୟ ବିଲ ସମ୍ପର୍କରେ ବିଭିନ୍ନ ବିରୋଧାତ୍ମକ ମତ ଦେବାରେ ଲାଗିଛନ୍ତି ।

ନିକଟରେ ଆରଜେଡି ନେତା ଅବଦୁଲ ବାରୀ ସିଦ୍ଦିକ ପରିହାସ କରି କହିଛନ୍ତି ଯେ ମିହଳା ସଂରକ୍ଷଣ ବିଲ ଯୋଗୁ ପାର୍ଲାମେଣ୍ଟ ଏବେ କସମେଟିକ ଓ ବ୍ୟୁଟି ପ୍ରଡକ୍ଟସରେ ପୂର୍ଣ୍ଣ ହୋଇଯିବ । ଏବେ ମହିଳା ସଂରକ୍ଷଣ ବିଲ ଅନୁମୋଦନ ଲାଭ କରିବା ପରେ ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ । ବିହାର ମୁଜାଫରପୁରରେ ଏକ ସଭାରେ ଯୋଗ ଦେଇ ଏହା କହିଛନ୍ତି ସିଦ୍ଦିକ୍ ।

ତେବେ ଏହାକୁ ନେଇ ଗେମ ଖେଳୁଛନ୍ତି ବିରୋଧୀ ଗୋଷ୍ଠୀ । ଆରଜେଡି ନେତା ସିଦ୍ଦିକ କହିଛନ୍ତି ଯେ ଏହି ବିଲ୍‌ ସବୁ ବର୍ଗର ମହିଳାଙ୍କ ପାଇଁ ଉପାଦେୟ ହେବନାହିଁ । ଏହା କେବଳ ଏହି ଗୋଷ୍ଠୀର ମହିଳାଙ୍କ ପାଇଁ ଲାଭଦାୟକ ହେବ,ଯେଉଁମାନେ ଲିପଷ୍ଟିକ ଓ ବବକଟ ହେୟାରରେ ଦେଖିବାକୁ ମିଳୁଛନ୍ତି ।

ଯଦି ସରକାର ପ୍ରକୃତ ମହିଳାଙ୍କ ପାଇଁ ସଂରକ୍ଷଣ କରବାକୁ ଚାହୁଁଛନ୍ତି,ତେବେ ଦଳିତ ଓ ପଛୁଆ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷଣ କରନ୍ତୁ । ନଚେତ ଏଥିରେ କେବଳ ବବକଟ ଓ ଲିପଷ୍ଟିକ ବର୍ଗର ମହିଳାମାନେ ଉପକୃତ ହେବେ ।

ସିଦ୍ଦିକ ଆହୁରି ମଧ୍ୟ ଲୋକମାନଙ୍କୁ ନିର୍ବଚାନ ଯାଏ ଟିଭି କିମ୍ବା ସୋସିଆଲ ମିଡିଆ ନ ଦେଖିବାକୁ ପରାମର୍ଶ ଦେଇଛନ୍ତି । କାରଣ ପ୍ରଧାନମନ୍ତ୍ରୀ ମୋଦି ଏହି ମାଧ୍ୟମର ବେଶ ବ୍ୟବହାର କରୁଛନ୍ତି ବୋଲି କହିଥିଲେ ସିଦ୍ଦିକ ।

ତେବେ ବବକଟ ଓ ଲିପଷ୍ଟିକ କଥା କହି ସେ କାହାକୁ ଅପମାନିତ କିରିବାକୁ ଚାହୁଁ ନାହାଁନ୍ତି, କେବଳ ଗ୍ରାମୀଣ ନାରୀମାନଙ୍କୁ ବୁଝାଇବାକୁ ଯାଇ ସେ ଏହା କହିଛନ୍ତି ବୋଲି ସିଦ୍ଦିକ କହିଥିଲେ । ଯଦି ଏହାଦ୍ୱାରା କେହି ଆଘାତ ପାଇଥାନ୍ତି, ସେଥିପାଇଁ ସେ କ୍ଷମାର ପାତ୍ର ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.