ଗର୍ଭାବସ୍ଥାରେ ସୁଟିଂ ସେଟରେ ପହଞ୍ଚିଲେ ଅନୁଷ୍କା ଶର୍ମା, ଫଟୋ ଦେଖି ଫ୍ୟାନ୍ସ ଦେଲେ ଏପରି ରିଆକସନ୍

ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଜଲଦି ମା’ ହେବାକୁ ଯାଉଛନ୍ତି। ଏହି କାରଣରୁ ଅଭିନେତ୍ରୀ ନିଜ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି। ଆଇପିଏଲ ଶେଷ ହେବା ପରେ ଅନୁଷ୍କା ଦୁବାଇରୁ ସ୍ୱାମୀ କ୍ରିକେଟର ବିରାଟ କୋହଲୀଙ୍କ ସହିତ ମୁମ୍ବାଇ ଫେରିଆସିଛନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)


ଏହାଛଡା ସେ ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି। ସେଟ୍‌ରେ ଅନୁଷ୍କା ଶର୍ମାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଯାହାକୁ ଲୋକେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଭାଇରାଲ ହେଉଥିବା ଏହି ଫଟୋରେ ଅନୁଷ୍କା ଶର୍ମା ବଟଲ ଗ୍ରୀନ କଲରର ଏକ ଗାଉନ ପିନ୍ଧିଥିବା ସହ ମୁହଁରେ ମାସ୍କ ପିନ୍ଧି ଭ୍ୟାନିଟୀ ଭ୍ୟାନରୁ ବାହାରୁଥିବା ଦେଖିବାକୁ ମିଳୁଛିନ୍ତି।

 

View this post on Instagram

 

A post shared by Instant Bollywood (@instantbollywood)


ଅନୁଷ୍କା ଶର୍ମା ନିଜ ଇନଷ୍ଟା ଷ୍ଟୋରୀରେ ଏକ ସେଲଫି ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ସୁଟିଂ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟ ଏକ ଫଟୋରେ ଦେଖିବାକୁ ମିଳୁଛି ଯେ ତାଙ୍କ ଚେହେରାରେ ମାଆ ହେବାର ଖୁସି ଏକଦମ୍ ଝଲସୁଛି। ସେ ତାଙ୍କ ପିଲାକୁ ନେଇ କେତେ ଉତ୍ସାହୀ ଅଛନ୍ତି ତାହା ତାଙ୍କ ଚେହେରାର ଚମକରୁ ଜଣାପଡିଯାଉଛି।

 

View this post on Instagram

 

A post shared by AnushkaSharma1588 (@anushkasharma)


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅନୁଷ୍କା ଶର୍ମା ପ୍ରାୟ ସମୟରେ ନିଜ ପ୍ରେଗନାନ୍ସୀର କିଛି ସୁନ୍ଦର ମୂହୁର୍ତ୍ତକୁ ଫ୍ୟାନ୍ସଙ୍କ ସହିତ ସେୟାର କରନ୍ତି। ବିରାଟ ଏବଂ ଅନୁଷ୍କା ଚଳିତ ବର୍ଷ ଅଗଷ୍ଟ ମାସରେ ନିଜ ପ୍ରଥମ ସନ୍ତାନ ବିଷୟରେ ଘୋଷଣା କରିବା ସହିତ ଏକ ସୁନ୍ଦର ପୋଷ୍ଟ ବି କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘ଆମେ ତିନି ହେବାକୁ ଯାଉଛୁ’।

 

View this post on Instagram

 

A post shared by AnushkaSharma1588 (@anushkasharma)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.