ମନୁ ଭାଇଙ୍କ ହର୍ବାଲ ଟି: ୨୪ ପ୍ରକାର ଜଡିବୁଟିରେ ତିଆରି, ଟେଷ୍ଟ ଯେମିତି ରେଟ୍ ବି ସେମିତି

ବାଲେଶ୍ୱର: କରୋନା କାଳରେ ଆୟୁର୍ବେଦିକ କାଢା କଥା କାହାକୁ ବା ଅଛପା ।  ଏଭଳି ସ୍ଥିତିରେ ବାଲେଶ୍ବରର ଜଣେ ଏମିତି ଚା ଦୋକାନୀ ରହିଛନ୍ତି, ଯାହାଙ୍କର ୫ଟଙ୍କାର ଚାରେ ରହିଛି ଅନେକ ଗୁଣ । ୨୪ ପ୍ରକାର ଜଡି ବୁଟିର ମିଶ୍ରଣରେ ପ୍ରସ୍ତୁତ ଚା ପାଇଁ ସକାଳୁ ସଞ୍ଜ ଲୋକଙ୍କ ଭିଡ ଲାଗି ରହିଥାଏ । ଦାମ ତୁଳନାରେ ଚା’ର ଗୁଣ ଖୁବ୍ ଅଧିକ । ତଥାପି ଲୋକଙ୍କ ଆଗ୍ରହକୁ ଲକ୍ଷ କରି ସେ ଚା’ର ଦାମ୍ ବଢାଇବା ପାଇଁ କେବେ ଚେଷ୍ଟା କରିନାହାନ୍ତି ।

harbal tea manu bahiବାଲେଶ୍ବରର ଫକୀରମୋହନ ଗୋଲେଇ ରେଷ୍ଟ ସେଡ ନିକଟରେ ଥିବା ମନୁ ଭାଇଙ୍କ ହର୍ବାଲ ଟି କଥା କହିଲେ ନସରେ। ଚା ତ…ଚା ମନୁ ତାହା ପୁଣି ମନୁ ଭାଇଙ୍କ ଚା । ଥରେ ଯିଏ ପିଇଛି ପୁଣି ଥରେ ଆସିବାକୁ ଭୁଲିନାହିଁ । ଏ ଏମିତି ସେମିତି ଚା ନୁହଁ । ଚା ରେ ଭରପୂର ମାତ୍ରାରେ ରହିଛି ଅନେକ ଔଷଧୀୟ ଗୁଣ । ଏହା ଦେହକୁ ଯେତିକି ସ୍ୱାସ୍ଥ୍ୟକର ପାଟିକୁ ମଧ୍ୟ ସେତିକି ସୁଆଦିଆ । ଚାର ସ୍ୱତନ୍ତ୍ରତା ହେଉଛି ଏଥିରେ ମିଶିଛି ୨୪ ପ୍ରକାର ଜଡିବୁଟି । ଯାହାକୁ କି ସେ ପ୍ରତି ଦିନ ବିଭିନ୍ନ ଆୟୁର୍ବେଦ ଓ ବିଭିନ୍ନ ଦୋକାନ ରୁ ସଂଗ୍ରହ କରି ଆଣନ୍ତି ।

harbal teaଗୋଲମରିଚ, ଲବଙ୍ଗ, ଅଶ୍ୱଗନ୍ଧା,ଅଦା,ସୁଣ୍ଠି,ପିପଳି,ଢାଲଚିନି,ଧନ୍ୱନ୍ତରୀ,ତେଜପତ୍ର ,ଗୁଜୁରାତି, ଗଙ୍ଗଶିଉଳି ଏଭଳି ୨୪ ପ୍ରକାର ଜଡିବୁଟି ପକାଇ ତିଆରି ହୋଇଥାଏ ଜବରଦସ୍ତ ଚା । ଦାମ ବି ରହିଛି ମାତ୍ର ୫ ଟଙ୍କା । ଲକ ଡାଉନ ପରେ କ୍ଷୀର ଚା ପିଇବାକୁ ଗ୍ରାହକ ମାନେ ଅମଙ୍ଗ ପ୍ରକାଶ କରିବାରୁ ମନୁ ଭାଇ ଶେଷରେ ଏହି ଜଡିବୁଟି ରୁ ଚା ତିଆରି କରିବା ପାଇଁ ମନସ୍ଥ କରିଥିଲେ । ଏହି ଚା ପିଇବା ପାଇଁ ସଞ୍ଜ ରୁ ସକାଳ ଗ୍ରାହକଙ୍କ ଗହଳି ଦେଖିବାକୁ ମିଳୁଥାଏ । ମନୁ ଭାଇଙ୍କ କହିବା ଅନୁସାରେ ଚା ର ଗୁଣ ପାଇଁ ବେଳେ ବେଳେ ଗ୍ରାହକ ମାନେ ୫ ଟଙ୍କା ଜାଗାରେ ୧୦ଟଙ୍କା ବି ଦିଅନ୍ତି । କିନ୍ତୁ ଲୋକଙ୍କ ସ୍ୱାସ୍ଥ୍ୟ ଓ ସବୁ ବର୍ଗର ଲୋକ ସୁବିଧା ପାଇଁ ସେ କେବଳ ତାଙ୍କ ଚା କୁ ୫ ଟଙ୍କାରେ ସିମିତ ରଖିଛନ୍ତି । ସତରେ ଆଜିକା ଦିନରେ ଏଭଳି ଏକ ନିଆରା ଚିନ୍ତାଧାରା କରି ଲୋକଙ୍କ ସ୍ବାସ୍ଥ୍ଯ ପାଇଁ ଭାବୁଥିବା ଦୋକାନୀ ଖୁବ୍ କମ୍।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.